ସଜା ପାଇଲେ ନକଲି ଡାକ୍ତର, ୫ ବର୍ଷ ଜେଲ ଦଣ୍ଡ ସହ ୬ ହଜାର ଟଙ୍କା ଜରିମାନା

ସୁନ୍ଦରଗଡ(କେନ୍ୟୁଜ୍): ସଜା ପାଇଲେ ନକଲି ଡାକ୍ତର। ୫ ବର୍ଷ ଜେଲ ଦଣ୍ଡ ସହ ୬ ହଜାର ଟଙ୍କା ଜରିମାନା । ଜାଲ ଡାକ୍ତରୀ ସାର୍ଟିଫିକେଟ ଦେଇ ସରକାରୀ ଡାକ୍ତରଖାନାରେ ଚାକିରି କରିଥିଲେ ଝାରଖଣ୍ଡ ରାଜନଗର ଥାନା ଅନ୍ତର୍ଗତ ତିଆସରା ଗାଁର ପଦ୍ମନାଭ ମୁଖି କରୁଆ । ସେ ନକଲି ଡାକ୍ତରୀ ସାର୍ଟିଫିକେଟ ଦାଖଲ କରି ହାତୀବାରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ନୂଆଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚୁକ୍ତିଭିତ୍ତିକ ଡାକ୍ତର ଭାବେ ନିଯୁକ୍ତି ପାଇଥିଲେ ।

ତିନି ବର୍ଷ ଚାକିରି କଲା ପରେ ପଦ୍ମନାଭ ନକଲି ଡାକ୍ତର ବୋଲି ଅଭିଯୋଗ ହୋଇଥିଲା। ନିଯୁକ୍ତି ସମୟରେ ସେ ଦାଖଲ କରିଥିବା ବୁର୍ଲା ବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟର ଏମବିବିଏସ ଡିଗ୍ରି ନକଲି ବୋଲି ଜିଲ୍ଲା ସ୍ୱସ୍ଥ୍ୟ ବିଭାଗ ତଦନ୍ତ କରି ଜଣାପଡିଥିଲା। ଜିଲ୍ଳା ମୁଖ୍ୟ ଚିକିତ୍ସାଧକାରୀ ସରୋଜ କୁମାର ମିଶ୍ର ଏନେଇ ତାଙ୍କ ନାଁରେ ଟାଉନଥାନାରେ ଏତଲା ଦେଇଥିଲେ । ସୁନ୍ଦରଗଡ଼ ଫାଷ୍ଟ କ୍ଲାସ କୋର୍ଟରେ ଏହି ମାମଲାର ଶୁଣାଣୀ କରି ପଦ୍ମନାଭଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.