ନକଲି ଧୂପକାଠି ଫ୍ୟାକ୍ଟ୍ରି ଉପରେ ଚଢ଼ଉ, ପାଖାପାଖି ୨୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ମାଲ୍ ଜବତ

କଟକ(କେନ୍ଯୁଜ୍) : ନକଲି ଧୂପକାଠି ଫ୍ୟାକ୍ଟ୍ରି ଉପରେ ଚଢ଼ଉ। କଟକ ଗଙ୍ଗାମନ୍ଦିର ନିକଟରେ ଦୀର୍ଘ ୧୦ ବର୍ଷ ହେବ ଚାଲିଆସିଥିବା ଏହି ନକଲି ଧୂପକାଠି ଫ୍ୟାକ୍ଟ୍ରି ଉପରେ ଚଢ଼ଉ କରିଛି ଲାଲବାଗ ଥାନା ପୋଲିସ। ଚଢ଼ଉ ବେଳେ ପାଖାପାଖି ୨୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ଜବତ କରିଛି ପୋଲିସ।

ଏହି ମାମଲାରେ ପୋଲିସ ଫ୍ୟାକ୍ଟ୍ରି ମାଲିକ ମନୋଜ କୁମାର ଡ୍ରୁଲିଆକୁ ଗିରଫ କରିଛି। ତା ଘର ମହତାବ ରୋଡ ନାରାୟଣ ଲେନ୍ ଅଞ୍ଚଳରେ। ତେବେ ଏହି ନକଲି କାରବାରରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେ ନେଇ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି।