Below header

ଜୋର ଧରିଛି ଅପରେସନ ଗଙ୍ଗା: ୟୁକ୍ରେନରୁ ସ୍ୱଦେଶ ଫେରିଲେ ଭାରତୀୟ ଛାତ୍ରଛାତ୍ରୀ, ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ଉଦ୍ୟମ ଜାରି

ନୂଆଦିଲ୍ଲୀ:ଯୁଦ୍ଧ ଘନଘଟା ଭିତରେ ୟୁକ୍ରେନରୁ ସ୍ୱଦେଶ ଫେରିଲେ ଭାରତୀୟ ଛାତ୍ରଛାତ୍ରୀ । ଜୋର ଧରିଛି ଅପରେସନ ଗଙ୍ଗା । ବୁଚାରେଷ୍ଟରୁ ୨୫୦ ଯାତ୍ରୀଙ୍କୁ ନେଇ ଆସିଲା ଦ୍ୱିତୀୟ ବିମାନ । ଛାତ୍ରଛାତ୍ରୀଙ୍କୁ ବିମାନ ବନ୍ଦରରେ ସ୍ୱାଗତ କରିଥିଲେ ବେସମାରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ।

ତୃତୀୟ ବିମାନ ୨୪୦ ଭାରତୀୟଙ୍କୁ ନେଇ ଦିଲ୍ଲୀ ଆସୁଛି । ଏହା ପୂର୍ବରୁ ୨୧୯ ଛାତ୍ରଛାତ୍ରୀଙ୍କୁ ନେଇ ଏୟାର ଇଣ୍ଡିଆ ବିମାନ ରୋମାନିଆର ବୁଚାରେଷ୍ଟରୁ ଆସି ମୁମ୍ବାଇରେ ପହଞ୍ଚିଥିଲା । ମୁମ୍ବାଇ ବିମାନ ବନ୍ଦରରେ ସ୍ୱାଗତ କରିଥିଲେ କେନ୍ଦ୍ର ମନ୍ତ୍ରୀ ପିୟୂଷ ଗୋଏଲ । ମୁମ୍ବାଇରେ ୟୁକ୍ରେନ ଫେରନ୍ତା ଛାତ୍ରଙ୍କ ପାଇଁ ବିମାନବନ୍ଦରରେ ସ୍ପେଶାଲ କରିଡର ନିର୍ମାଣ କରାଯାଇଛି।

ୟୁକ୍ରେନରେ ଫସି ରହିଥିବା ଭାରତୀୟ ଛାତ୍ରଙ୍କୁ ଫେରାଇ ଆଣିବାକୁ ସମସ୍ତ ପ୍ରୟାସ କରାଯାଉଥିବା ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର କହିଛନ୍ତି । ସମସ୍ତଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ଉଦ୍ୟମ ଜାରି ରହିଛି। ଦୂତାବାସ ସହାୟତା ସତ୍ତ୍ୱେ ସୁରକ୍ଷିତ ରହିବା ସବୁଠାରୁ କଠିନ ସମୟ ରହିଛି। କେହି ହଷ୍ଟେଲ ବେସମେଣ୍ଟ ତ ଆଉ କିଏ ବଙ୍କରରେ ରହି ଜୀବନ ବଞ୍ଚାଇବାକୁ ପ୍ରୟାୟ ଜାରି ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.