ନବରଙ୍ଗପୁରରେ ନକଲି କ୍ଷୀର ବେପାର, ତଦନ୍ତ ପାଇଁ ପରୀକ୍ଷା ହେବ ନମୁନା

ନବରଙ୍ଗପୁର (କେନ୍ୟୁଜ୍): ନବରଙ୍ଗପୁରରେ ନକଲି କ୍ଷୀର ବେପାର। ଦୋକାନରେ ଖୁଲମଖୁଲା ବିକ୍ରି ଚାଲିଛି ଏହି କ୍ଷୀର। ଉମରକୋଟ ଅଞ୍ଚଳରୁ ଆସିଛି ଏଭଳି ଘଟଣା। ସୀତାରାମ କଲାର ନାମକ ବ୍ୟକ୍ତି ଏକ ଦୋକାନରୁ ୨ଲିଟର କ୍ଷୀର ନେଇ ବହୁ ସମୟ ଧରି ଗରମ କରିବା ପରେ ମଧ୍ୟ ସେଥିରେ ସର ପଡ଼ିନଥିଲା। ପରେ ତାକୁ ଛେନା କରିବାକୁ ପ୍ରୟାସ କରିଥିଲେ ମଧ୍ୟ କ୍ଷୀର ଛିଡ଼ିନଥିଲା। ଏଥିରେ ବିରକ୍ତ ହୋଇ ସେ ଦୋକାନୀଙ୍କୁ ପଚାରିଥିଲେ ମଧ୍ୟ ବିଭିନ୍ନ ସ୍ଥାନରୁ ଆସୁଥିବା କ୍ଷୀରକୁ ସେ ବିକ୍ରି କରୁଥିବା କହିଛନ୍ତି। ଆଗରୁ ଏଭଳି କେବେ ଅଭିଯୋଗ କେହି କରିନଥିବା କହିଛନ୍ତି ଦୋକାନୀ। ସେପଟେ ଘଟଣାର ତଦନ୍ତ କରି ଖାଦ୍ୟ ସୁରକ୍ଷା ଅଫିସରଙ୍କ ପାଖକୁ ପରୀକ୍ଷା ପାଇଁ କ୍ଷୀର ନମୁନା ପଠାଯିବ ବୋଲି କହିଛନ୍ତି ମୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ।

 

Leave A Reply

Your email address will not be published.