ଜାଲ୍ ନୋଟ୍ କାରବାର ଗ୍ୟାଙ୍ଗକୁ ଧରିଲା ଯାଜପୁର ରୋଡ୍ ପୋଲିସ୍, ୬ ଗିରଫ
ଯାଜପୁର ରୋଡ୍ : ଜାଲ୍ ନୋଟ୍ କାରବାର ଗ୍ୟାଙ୍ଗକୁ ଧରିଲା ଯାଜପୁର ରୋଡ୍ ପୋଲିସ । ୬ ଜଣ ଗିରଫ ହୋଇଛନ୍ତି । ଜବତ ହୋଇଛି ୪ ଲକ୍ଷ ୭୭ ହଜାର ନକଲି ନୋଟ୍ । କଲର୍ ପ୍ରିଣ୍ଟର, ମୋବାଇଲ୍ ଓ ବାଇକ୍ ବି ଜବତ କରାଯାଇଛି । ଯାଜପୁର ରୋଡ୍ ଅଞ୍ଚଳରେ ନକଲି ନୋଟ୍ କାରବାର ନେଇ ପୋଲିସକୁ ସୂଚନା ମିଳିଥିଲା। ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ରେଡ୍ ବେଳେ ଦାନଗଦି ହାଟରୁ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା । ଏହାପରେ ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରୁ ଧରାପଡ଼ିଥିଲେ ଆଉ ୪ ଜଣ । ଏବେ ନକଲି ନୋଟ୍ ନେଟଓ୍ଵର୍କର ଚେର ଖୋଜୁଛି ଯାଜପୁର ପୋଲିସ ।