ଯାଜପୁର : ପୋଲ ଉପରୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ଯାଜପୁର ଟାଉନ/ ଯାଜପୁର ରୋଡ଼(କେନ୍ୟୁଜ୍): ଯାଜପୁର ପାଣିକୋଇଲି ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରୁ ଉଦ୍ଧାର ହୋଇଥିବା  ଦୁଇ ମୃତଦେହର ପରିଚୟ ମିଳିବା ପରେ ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ। ପୋଲିସର ତଦନ୍ତ ପ୍ରକ୍ରିୟା ନେଇ ଉଠାଇଲେ ପ୍ରଶ୍ନ। ଆଜି ସକାଳୁ ମିର୍ଜାପୁର ନିକଟରୁ ଏକ ନିର୍ମାଣଧୀନ ପୋଲ ଉପରୁ ଜହ୍ନା ଗାଁର ବିଜୟ ସାହୁ,ମାନସ ରଞ୍ଜନ ଦାଶଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଉଭୟଙ୍କ ଦେହରେ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି।

jajpur2

ପୋଲିସ ଉଭୟଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରିଛି। ମାନସଙ୍କ ପରିବାର ଲୋକେ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ହତ୍ୟାକାଣ୍ଡ ପଛରେ ପ୍ରେମ ଏବଂ ଜୁଆ ଖେଳ ପ୍ରମୁଖ କାରଣ ବୋଲି କୁହାଯାଉଛି। ପୋଲିସ ପ୍ରାଥମିକ ତଦନ୍ତ ନକରି ପରିବାର ଲୋକଙ୍କୁ ନଜଣାଇ କିପରି ଘଟଣାସ୍ଥଳରୁ ଶବ ଉଦ୍ଧାର କଲା ତାକୁ ନେଇ ପ୍ରଶ୍ନ କରିଛନ୍ତି। ତଦନ୍ତ ପାଇଁ ସାଇଣ୍ଟିଫିକ ଟିମର କାହିଁକି ସହାୟତା ନେଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ପରିବାର ଲୋକେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.