ହୋଟେଲ ବେଲ୍‌ ବୟ ଅଚାନକ ହେଲେ ମାଲାମାଲ୍‌, ମରିବା ପରେ ଅତିଥି ତାଙ୍କ ନାମରେ ଛାଡ଼ିଗଲେ ଏତେ ସମ୍ପତ୍ତି

ନୂଆଦିଲ୍ଲୀ : ଖାସ ନିଜର ବ୍ୟବହାର ପାଇଁ ଜଣେ ହୋଟେଲ ବେଲ୍‌ ବୟ ପାଇଛନ୍ତି ଏତେ ଟଙ୍କା ଯାହା ତାଙ୍କର କ୍ୟାରିଅରକୁ ବଦଳାଇ ଦେଇ ପାରିବ । ତୁର୍କୀର ଏକ ହୋଟେଲରେ ଛୁଟି କଟାଇବାକୁ ଆସୁଥିବା ବ୍ରିଟେନର ଜଣେ ବ୍ୟକ୍ତି ଉକ୍ତ ହୋଟେଲର ବେଲ୍‌ ବୟଙ୍କ ନାମରେ କରିଯାଇଛନ୍ତି କିଛି ସମ୍ପତ୍ତି । ଯାହା ତାଙ୍କ ମୃତ୍ୟୁ ପରେ ତାଙ୍କ ଓ୍ଵିଲରୁ ଜଣାପଡ଼ିଛି । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ବିଷୟ ସମ୍ପର୍କରେ ।

କୁହାଯାଏ କାହାର ସ୍ୱଭାବ ଜାଣିବାକୁ ହେଲେ ଗରୀବ ଲୋକଙ୍କ ସହ ତାଙ୍କର ବ୍ୟବହାର କ’ଣ ଦେଖିବାକୁ ହେବ । ଅର୍ଥାତ ଗରୀବ ଲୋକଙ୍କ ସହ ଯିଏ ଭଲ ବ୍ୟବହାର କରେ ସିଏ ଜଣେ ଭଲ ବ୍ୟକ୍ତି ହୋଇଥିବ ବୋଲି ବିଶ୍ୱାସ କରାଯାଏ । ହେଲେ କିଛି ଲୋକଙ୍କ ପାଖରେ ବହୁତ ଧନ ସମ୍ପତ୍ତି ଥିଲେ ମଧ୍ୟ ସେମାନଙ୍କର ବ୍ୟବହାର ସନ୍ତୋଷଜନକ ହୋଇନଥାଏ । ବ୍ୟକ୍ତିର ବ୍ୟବହାର ହିଁ ତା’ପାଇଁ ଲାଭ କ୍ଷତିର କାରଣ ହୋଇଥାଏ । ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ହୋଟେଲ ବୟ ତାସକିନ ହସଦାନ୍‌ ।

ଯେ କି ତାଙ୍କର ଭଲ ବ୍ୟବହାର ପାଇଁ ବହୁ ସମ୍ପତ୍ତିର ମାଲିକ ହୋଇ ପାରିଛନ୍ତି । ତାସକିନ ତୁର୍କିର ଏକ ହୋଟେଲରେ ବେଲ୍‌ ବଏ ଭାବେ କାମ କରନ୍ତି । ଯେଉଁ ହୋଟେଲରେ ସେ କାମ କରନ୍ତି ସେହି ହୋଟେଲକୁ ବ୍ରିଟେନର ଚାର୍ଲସ ଜର୍ଜ କର୍ଟନୀ ନାମକ ଜଣେ ବ୍ୟକ୍ତି ଆସନ୍ତି । ସେଠାରେ ଧାରାବାହିକ ଭାବେ ଏହି ହୋଟେଲରେ ଛୁଟି କଟାଇ ଆସୁଥିଲେ । ହୋଟେଲରେ ରହିବା କାଳରେ ହସଦାନ ତାଙ୍କର ଭଲ ମନ୍ଦ ବୁଝୁଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ବେଶ ଘନିଷ୍ଠତା ବଢ଼ିଯାଇଥିଲା ।

ଚାର୍ଲସଙ୍କ ମୃତ୍ୟୁ ପରେ ଯେତେବେଳେ ତାଙ୍କର ପରିବାର ଲୋକେ ଚାର୍ଲସଙ୍କର ଓ୍ଵିଲ ଦେଖିଲେ ସେଥିରେ ପରିବାର ଲୋକଙ୍କ ସହ ଏହି ହୋଟେଲ ବୟଙ୍କର ନାମ ଥିବା ମଧ୍ୟ ଦେଖିବାକୁ ପାଇଥିଲେ । ଚାର୍ଲସ ଏହି ହୋଟେଲ ବୟଙ୍କ ନାମରେ କିଛି ସମ୍ପତ୍ତି ଛାଡ଼ି ଯାଇଥିଲେ । ଖାଲି ସେତିକି ନୁହେଁ ଚାର୍ଲସ ଏହି ହୋଟେଲର ଅନ୍ୟ କିଛି ଲୋକଙ୍କ ନାମରେ ମଧ୍ୟ କିଛି ସମ୍ପତ୍ତି କରିଥିବା ଜଣାପଡ଼ିଛି । ପରିବାର ଲୋକେ ହୋଟେଲକୁ ଫୋନ୍‌ କରି ଏହି ବ୍ୟକ୍ତିଙ୍କୁ ସବୁ କଥା ଜଣାଇଛନ୍ତି ।

ଚାର୍ଲସ ଏହି ହୋଟେଲ ବୟଙ୍କ ନାମରେ କେତେ ସମ୍ପତ୍ତି କରିଛନ୍ତି ସେ ସମ୍ପର୍କରେ ଜଣାପଡ଼ିନାହିଁ । ତେବେ ହୋଟେଲ ବୟ ଦାସଦାନଙ୍କ କହିବା ଅନୁଯାୟୀ ଯେତିକି ସମ୍ପତ୍ତି ତାଙ୍କୁ ମିଳିଛି, ସେଥିରେ ତାଙ୍କୁ ଆଉ ହୋଟେଲରେ ଚାକିର କରିବାର ନାହିଁ । ହେଲେ ସେ ତାଙ୍କର ହୋଟେଲ ଚାକିରି ଛାଡ଼ିବେ ନାହିଁ ।

କାରଣ ସେ ହୋଟେଲର ଏଡି ବେଲ୍‌ ବୟ ଚାକିରି ଯୋଗୁ ନୂଆ ବ୍ୟକ୍ତିଙ୍କ ସହ ମିଶିବାର ସୁଯୋଗ ପାଉଛନ୍ତି । ସବୁଠୁ ବଡ଼ କଥା ହେଉଛି ଚାର୍ଲସ ଯେତେବେଳେ ଏଠାକୁ ଆସୁଥିଲେ ସେ ସର୍ବଦା ରୁମ୍‌ ନମ୍ବର ୪୦୧ ରେ ରହୁଥିଲେ । ସେଥିପାଇଁ ରୁମ୍‌ ନମ୍ବର ୪୦୧ କୁ ଚାର୍ଲସ ରୁମ୍‌ ନାମରେ ନାମିତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.