ବନ୍ୟା ଜଳରେ ଭାସି ଆଖି ବୁଜିଲେ ଚାଷୀ

ଆନନ୍ଦପୁର(କେନ୍ୟୁଜ୍): ବନ୍ୟା ଜଳରେ ଭାସିଯାଇ ଜଣେ ଚାଷୀଙ୍କ ମୃତ୍ୟୁ । ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ହାବଳେଶ୍ୱର ପଞ୍ଚାୟତ ଜାବିନପୂର୍ ଗାଁରେ ଘଟିଛି ଅଘଟଣ। ଗାଁଟି ରେ ବନ୍ୟାଜଳ ପ୍ରବେଶ କରିଥିବା ବେଳେ ଗତକାଲି ଟଭା ମୁଣ୍ଡାଙ୍କ ପୁଅ ଦୁଶାସନ ଚାଷ ଜମିକୁ ଯାଇ ବନ୍ୟାଜଳରେ ଭାସି ଯାଇଥିଲେ।

ଅନେକ ଖୋଜାଖୋଜି ପରେ ତାଙ୍କୁ ଠାବ କରାଯିବା ସମ୍ଭବ ହୋଇନଥିଲା । ତେବେ ଆଜି ଜଳସ୍ତର କମିବା ପରେ ଗାଁ ନିକଟରେ ଏକ ପୋଲ ନିକଟରୁ ତାଙ୍କ ମୃତଦେହକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.