ବାଇକ୍‌କୁ ଧକ୍କା ଦେଲା କ୍ୟାଣ୍ଟର, ଗର୍ଭବତୀ ମହିଳାଙ୍କ ସମେତ ସ୍ୱାମୀ ଓ ୩ ପିଲା ମୃତ

ଉତ୍ତର ପ୍ରଦେଶ: ବାଗପତ୍‌-ମିରଠ ହାଇୱେରେ ଟୋଲ ପ୍ଲାଜା ନିକଟରେ ଦ୍ରୁତ ବେଗରେ ଯାଉଥିବା ଏକ କ୍ୟାଣ୍ଟର ବାଇକ୍‌ ଉପରେ ମାଡ଼ି ଯାଇଥିଲା। ଫଳରେ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳାଙ୍କ ସମେତ ତାଙ୍କ ସ୍ୱାମୀ ଓ ୩ ପିଲା ଅଛନ୍ତି। ଖବର ପାଇ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଏହି ଦୁର୍ଘଟଣା ବାଲୈନୀ ଥାନା ନିକଟସ୍ଥ ମବୀକଲା ଟୋଲ ନିକଟରେ ଘଟିଛି।

ସୂଚନା ମୁତାବକ, ଡୌଲା ଗାଁର ଫତେହ (୩୫) ମିରଠରୁ ନିଜ ଗାଁ ଡୋଲା ଆସୁଥିଲେ। ବାଇକରେ ତାଙ୍କ ପତ୍ନୀ ତବ୍ଦୁସୁମ୍‌ (୩୦), ଝିଅ ଇଲମା (୮), ଇକରା (୬), ମାହିରା(୫) ବସିଥିଲେ। ପତ୍ନୀ ତବ୍ଦସୁମ୍‌ ଗର୍ଭବତୀ ଥିଲେ।

ମବୀକଲା ଟୋଲ ନିକଟରେ ଦ୍ରୁତ ବେଗରେ ଆସୁଥିବା ଏକ କ୍ୟାଣ୍ଟର ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଏହି ଧକ୍କା ଏତେ ଜୋରଦାର ଥିଲା ଯେ ବାଇକ୍‌ଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି। ଘଟଣାସ୍ଥଳରେ ହିଁ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ପରେ କ୍ୟାଣ୍ଟର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃତ ଦେହକୁ ଜବତ କରି ପୋଷ୍ଟ ମର୍ଟମ୍‌ ପାଇଁ ପଠାଇଛି। ଏଥିସହ କ୍ୟାଣ୍ଟର ଚାଳକର ପିଛା କରି ତାକୁ ମଧ୍ୟ ଧରିବାରେ ସଫଳ ହୋଇଛି।

ଘଟଣା ସମ୍ପର୍କରେ ଖବର ପାଇବା ପରେ ଫତେହଙ୍କ ଘର ଲୋକ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ଘଟଣାରେ ଏହି ପରିବାରର ବଡ଼ ଝିଅ ଫରହା(୧୦)କୁ ଛାଡ଼ି ଦେଇ ବାକି ସମସ୍ତଙ୍କ ମୃତ୍ୟୁ ହୋଇଛି। ଫଳରେ ଗାଁରେ ଶୋକର ଛାୟା ଖେଳିଯାଇଛି।

Also Read: ଆଜିର ରାଶିଫଳ ପଢ଼ନ୍ତୁ, ଜାଣନ୍ତୁ ପୂରା ଦିନ କେମିତି କଟିବ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.