ବନ୍ୟା ଛାଡି ଯାଇଛି ସତ ହେଲେ ଲୋକଙ୍କୁ ଦେଇଯାଇଛି ଅନେକ ଦୁଃଖ, ଦେଖନ୍ତୁ ବନ୍ୟାର କରାଳ ତାଣ୍ଡବ

କାହାର ଘର ଭାଙ୍ଗିଛି ତ ଆଉ କାହାର ମୁହଁରୁ ଛଡାଇ ନେଇଛି ବର୍ଷ ଯାକର ଆହାର । କେହି କେହି ସର୍ବହରାହୋଇ ଭାଗ୍ୟକୁ ଆଦରି ପଡି ରହିଛନ୍ତି ଘର ଅଗଣାରେ ।

ସୁବର୍ଣ୍ଣପୁର (କେନ୍ୟୁଜ) : ବନ୍ୟା ଛାଡି ଯାଇଛି ସତ ହେଲେ ଲୋକଙ୍କୁ ଦେଇଯାଇଛି ଅନେକ ଦୁଃଖ । ବନ୍ୟାର କରାଳ ତାଣ୍ଡବରେ କାହାର ଘର ଭାଙ୍ଗିଛି ତ ଆଉ କାହାର ମୁହଁରୁ ଛଡାଇ ନେଇଛି ବର୍ଷ ଯାକର ଆହାର । କେହି କେହି ସର୍ବହରାହୋଇ ଭାଗ୍ୟକୁ ଆଦରି ପଡି ରହିଛନ୍ତି ଘର ଅଗଣାରେ । ଚଳିତ ବର୍ଷ ବାଦଲ ଫଟା ଲଗାଣ ବର୍ଷାରେ ବେହାଲ ହୋଇଥିଲା ସୁବର୍ଣ୍ଣପୁର ଜିଲ୍ଲା । ଦେଖା ଦେଇଥିଲା ବନ୍ୟା ପରିସ୍ଥିତି । ଯୋଗାଯୋଗ ବିଛିନ୍ନ ହେବା ସହ ଲୋକଙ୍କ ଧନ ଜୀବନ ନଷ୍ଟ ହୋଇଯାଇଥିଲା । କେହି କେହି ବେସାହାରା ହୋଇଯାଇଥିବା ବେଳେ କାହାର ବୁଡିଯାଇଥିଲା କୂଳ ବେଉସା । ବନ୍ୟାର ତାଣ୍ଡବରେ ରାସ୍ତାଘାଟ ଧୋଇ ଯାଇଥିବା ବେଳେ ଶହଶହ ଏକର ଚାଷଜମି ହୋଇଯାଇଥିଲା ବାଲିଚର । ବନ୍ୟା ପାଣିରେ ଭାସି ଯାଇଛି ଚାଷିଙ୍କ ଅନେକ ସାମଗ୍ରୀ । ବାଡିରେ ପାଣି ଜମି ପଚି ସଢି ନଷ୍ଟ ହୋଇଯାଇଥିଲା ପନି ପରିବା ଚାଷ । ଭାଙ୍ଗି ଯାଇଛି ଅନେକ ଲୋକଙ୍କ କଚ୍ଚା ଘର । ଫଳରେ ଅଂଟା ସଳଖି ପାରୁ ନାହିଁ ଚାଷୀ । ତୁରନ୍ତ କ୍ଷୟ କ୍ଷତିର ଆକଳନ କରି କ୍ଷତି ପୁରଣ ଯୋଗାଇ ଦେବାକୁ ଚାଷି ଦାବି କରୁଥିବା ବେଳେ କେବଳ ଜରିଖଣ୍ଡେ ଦେଇ ଚୁପ ବସିଛି ପ୍ରଶାସନ । ଏଯାଏଁ କ୍ଷୟ କ୍ଷତିର ସଠିକ ଆକଳନ କରାଯାଇ ନଥିବା ବେଳେ ପ୍ରଶାସନିକ ଅବହେଳାକୁ ଦାୟୀ କରି ପୀଡିତ ଅଛନ୍ତି ଦୁଃଖରେ ।

ଖାଲି ସେତିକି ନୂହେଁ ବନ୍ୟାର ତାଉରେ ଯୁବ ଉଦ୍ଦେ୍ୟାଗୀ ଦେବ ରଂଜନ ଦେହୁରୀଙ୍କ କୁକୁଡା ଫାର୍ମରେ ବନ୍ୟାଜଳ 6ଫୁଟ ହୋଇଯିବାରୁ 1500କୁକୁଡା ପାଣିରେ ବୁଡି ମରିଗଲେ । ଘରର କାନ୍ଥ ଭାଙ୍ଗିଜିବାସହ ଫାର୍ମ ଭିତରେ ଥିବା କୁକୁଡା ଦାନା,ସ୍ପେୟର ମେସିନ ଭଳି ଲକ୍ଷାଧିକ ଟଙ୍କାର ସଂମ୍ପତି ନଷ୍ଟ ହୋଇଗଲା । ସେହିପରି କୃଷ୍ଣପାଲିର ଚାଷି ଦାମୋଦର ହୋତାଙ୍କ ବଗିଚାରେ ପବନ୍ୟାପାଣି ପଶି 6ଏକର ପରିମିତ ପନିପରିବା ସବୁ ନଷ୍ଟ ହୋଇଗଲା । ପୋଟଳ,ଟମାଟୋ,ବିଲାତି କଖାରୁ,ଭେଣ୍ଡି ,କଲରାଆଦି ଚାଷ କରିଥିବା ବେଳେ ପାଣିର ସୁଅରେ ଭାସିଗଲା ସାର,ଔଷଧ,ପନି ପରିବା ମଞି,ସ୍ପିଙ୍କଲର ଭଳି ବହୁ ମୂଲ୍ୟବାନ ଯନ୍ତ୍ରାଶଂ । ଏସବୁର କ୍ଷୟକ୍ଷତିକୁ ଆକଳନ କରି ତୁରନ୍ତ ସହୟତା ପ୍ରଦାନ କରିବାକୁ ଦାବୀ କରିଛନ୍ତି ଚାଷୀ ।

ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରବାହିତ ହେଉଛି ଛୋଟ ବଡ 16ଟି ନଦୀ ଓ ନାଳ । ସେଥିମଧ୍ୟରୁ ମହାନଦୀ ସୁବର୍ଣ୍ଣପୁର ଜିଲ୍ଲାରେ ବାମ ପାର୍ଶ୍ଵରେ 60 କିଲୋମିଟର ବାଟ ଏବଂ ଡାହାଣ ପାର୍ଶ୍ଵରେ 48 କିଲୋମିଟର ଦେଇ ପ୍ରବାହିତ ହେଉଛି । ମହାନଦୀର ଉଭୟ ପାଶ୍ଵରେ84 ଖଣ୍ଡ ଗାଁ ରହିଛି । ସେହିପରି ବୀରମହାରାଜପୁରର ହରିହର ଯୋର ଠେଙ୍ଗୋ ଡ୍ୟାମରୁ ପାଣି ଛାଡିଲେ ବନ୍ୟା ହୋଇ ପ୍ରଭାବିତ ହୁଅନ୍ତି 28 ଖଣ୍ଡ ଗାଁର ଲୋକେ । ଲଗାଣ ବର୍ଷା ସାଙ୍ଗକୁ ଠେଙ୍ଗୋ ଡ୍ୟମରୁ 6ଟି ଗେଟ ଏବଂ ହୀରାକୁଦ ନଦୀବନ୍ଧ ଯୋଜନାରୁ 20ଟି ଗେଟ ଦେଇ ବନ୍ୟାଜଳ ନିସ୍କାସନ କରାଜିବାପରେ ବେହାଲ ବୀରମହାରାଜପୁରର ସ୍ଥିତି ସଂଙ୍ଗୀନ ହୋଇଥିଲା । ମିଳିଥିବା ସୁଚନା ଅନୁଶାରେ ଜିଲ୍ଲାରେ 17ଟି ଗ୍ରାମ ପଂଚାୟତ ର 20ଟି ଗାଁ ,2ଟି ଏନଏସିରେ ମୋଟ 725ଜଣ ଲୋକ ଏବଂ 340ଜଣ ମହିଳା ଓ ଶିଶୁଙ୍କୁ ଉଦ୍ଧାର କରାଯାଇରନ୍ଧା ଖାଦ୍ୟ/ସୁଖିଲା ଖାଦ୍ୟ ଦିଆଯାଇଥିଲା । ବାଦଲଫଟା ବର୍ଷା ସମେତ ବନ୍ୟାର ତାଉରେ 1000ରୁ ଉର୍ଦ୍ଧ କଚ୍ଚା ଘର ଆଂଶିକ ଭାଙ୍ଗିଥିବା ବେଳେ 43 ଗୋଟି କଚ୍ଚା ଘର ସଂମ୍ପୁର୍ଣ୍ଣ ଭାଙ୍ଗି ଯାଇଥିଲା । ସେହିପରି ପାଣିରେ ବୁଡି 1500 ହେକ୍ଟର ରୁ ଉର୍ଦ୍ଧ ଚାଷ ଜମି ନଷ୍ଟ ହୋଥିବା ବେଳେ 239 ହେକଟର ଚାଷ ଜମି ବାଲିଚର ହୋଇଯାଇଛି । ଅନେକ ସ୍ଥାନରେ ପୋଲ ଭାଙ୍ଘିଛ,ଧୋଇ ନେଇଛି ରାସ୍ତାଘାଟ ଫଳରେ ବିଛିନ୍ନ ହୋଇଥିଲା ଯୋଗାଯୋଗ । ପ୍ରଶାସନ ପକ୍ଷରୁ ବନ୍ୟା ବିପନ୍ନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯିବାସହ ଖୁବ ଶିଘ୍ର କ୍ଷୟକ୍ଷତିର ଆକଳନ କରି କ୍ଷତି ପୁରଣ ଯୋଗାଇ ଦିଆଯିବା ସହ ରାସ୍ତାଘାଟର ମରାମତି ଖୁବ ଶିଘ୍ର କରାଯିବ ବୋଲି ବିଭାଗିୟ କତୃପକ୍ଷ ଜିଲ୍ଲାପାଳ ଏବଂ ଏଡିଏମ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.