ମ୍ୟାଜିକ୍ ମିରର୍ ବିକ୍ରି ନାଁରେ ଠକେଇ: ଲକ୍ଷ ଲକ୍ଷ ଟଙ୍କା ଚୂନା ଲଗେଇଥିବା ୩ ବଙ୍ଗୀୟ ଧୂର୍ତ୍ତ ଗିରଫ

ମ୍ୟାଜିକ୍ ମିରର୍ ବା ଯାଦୁ ଦର୍ପଣ ବିକ୍ରି ନାଁରେ ବଡ଼ ଧରଣର ଠକେଇ । ୩ ଜଣ ଠକଙ୍କୁ ପଶ୍ଚିମବଙ୍ଗରୁ ଗିରଫ କରିଛି ଭୁବନେଶ୍ୱର ନୟାପଲ୍ଲୀ ଥାନା ପୋଲିସ। ଏହି ତିନିଜଣ ବିକ୍ରି କରୁଥିବା ମିରର ଇଷ୍ଟ ଇଣ୍ଡିଆ କମ୍ପାନୀର ବୋଲି ଦାବି କରୁଥିଲେ।

ଭୁବନେଶ୍ୱର (କେନ୍ୟୁଜ): ମ୍ୟାଜିକ୍ ମିରର୍ ବା ଯାଦୁ ଦର୍ପଣ ବିକ୍ରି ନାଁରେ ବଡ଼ ଧରଣର ଠକେଇ । ଇଷ୍ଟ ଇଣ୍ଡିଆ କମ୍ପାନୀ ଅମଳର ଦର୍ପଣ କହି ଲୋକଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଚୂନା ଲଗାଉଥିଲା ଠକ । ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ୟୁପି କାନପୁପରର ଅବିନାଶ ଶୁକ୍ଳା ଅଭିଯୋଗ କରିବା ପରେ କମିଶନରେଟ୍ ପୋଲିସ ଏହି ତିନି ଠକଙ୍କୁ ପଶ୍ଚିମବଙ୍ଗରୁ ଗିରଫ କରିଛି। ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଅଭିଯୁକ୍ତମାନେ ହେଲେ ପାର୍ଥ ସିଂଘରେ (୪୬), ମଳୟ ସରକାର (୩୨) ଓ ସୁଦୀପ୍ତ ସିହ୍ନା ରାୟ (୩୮)।

ଏହି ତିନିଜଣ ବିକ୍ରି କରୁଥିବା ମିରର ଇଷ୍ଟ ଇଣ୍ଡିଆ କମ୍ପାନୀର ବୋଲି ଦାବି କରୁଥିଲେ। ଏହି ଆଣ୍ଟିକ ମ୍ୟାଜିକ୍ ମିରରରେ କିଛି ବିଶେଷ ଗୁଣ ରହିଛି ଏବଂ ଜଣେ ବ୍ୟକ୍ତି ଏହା ସାମ୍ନାରେ ଛିଡ଼ା ହେଲେ ଉଲଗ୍ନ ଦେଖାଯିବେ। ଆଉ ଦୂରକୁ ଗଲେ ହାଡ଼ ଦେଖିବାକୁ ମିଳିବ। ସେହିପରି ଯଦି କେହି ଆଇନା ନିକଟକୁ ଯାଏ ତେବେ ମଣିଷ ଗାଏବ ହୋଇଯାଏ ବୋଲି କହିଥିଲେ।

ଠକେଇ କାରୀମାନେ ଏହା ମଧ୍ୟ ଦାବି କରିଛନ୍ତି ଯେ ଦର୍ପଣରେ କିଛି ତେଜସ୍କ୍ରିୟ ପଦାର୍ଥ ରହିଛି, ଫଳରେ ଏହା ସଂଯୋଗ ହେବା ପରେ ବଲ୍ବ ମଧ୍ୟ ଜଳିବ। ଏପରି କହି ଲୋକଙ୍କୁ ଆକର୍ଷିତ କରୁଥିଲେ । ଏହି ଦର୍ପଣ କିଣି ପାଖରେ ରଖିଲେ କୋଟି କୋଟି ଲାଭ କହି ପ୍ରଲୋଭନ ଦେଖାଉଥିଲା ଠକ । କାନପୁରର ଅବିନାଶ ଶୁକ୍ଳା ଏନେଇ ଅଭିଯୋଗ କରିଥିଲେ। ତେବେ ଲୋଭର ବଶବର୍ତ୍ତୀ ହୋଇ ମ୍ୟାଜିକ ମିରର୍ ପାଇଁ ୯ ଲକ୍ଷ ଟଙ୍କା ଆଡଭାନ୍ସ ଦେଇଥିଲେ ଅବିନାଶ। ଡିଲ୍ ବେଳେ ପଶ୍ଚମବଙ୍ଗର ପାର୍ଥ ସିଂଘରେ, ମଳୟ ସରକାର, ସୁଦୀପ୍ତ ସିହ୍ନା ରାୟଙ୍କୁ କାବୁ କରିଛି କମିସନରେଟ୍ ପୁଲିସ।

ପୋଲିସ ଅଭିଯୁକ୍ତଙ୍କ ଠାରୁ ଏକ କାର୍, ୨୮ ହଜାର ଟଙ୍କା, ମ୍ୟାଜିକ୍ ମିରର୍ ଭିଡିଓ ଥିବା ଏକ ମୋବାଇଲ୍ ଫୋନ୍ ଏବଂ ଖାଲି ଚୁକ୍ତିପତ୍ର ଜବତ କରିଛି। ଏହି ଠକେଇରେ ଆଉ ଯେଉଁମାନେ ଅଛନ୍ତି ତାଙ୍କୁ ଗିରଫ କରିବାକୁ କମିଶନରେଟ ପୋଲିସ ଛାନଭିନ କରୁଥିବା ସୂଚନା ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.