ଭାରତୀୟ ନ୍ୟାୟ ସଂହିତାର ନୂଆ ନିୟମ, ଏବେ ନାବାଳିକାକୁ ଦୁଷ୍କର୍ମ ଓ ମୋବ ଲିଞ୍ଚିଂ ପାଇଁ ମିଳିବ ମୃତ୍ୟୁଦଣ୍ଡ, FIR ସହ ଜଜମେଣ୍ଟ ସବୁକିଛି ହେବ ଅନଲାଇନ୍

ନାବାଳିକାକୁ ଦୁଷ୍କର୍ମ ପାଇଁ ମୃତ୍ୟୁଦଣ୍ଡର ବ୍ୟବସ୍ଥା କରାଯିବ । ନୂତନ ଆଇନରେ ମହିଳା ଓ ଶିଶୁଙ୍କ ବିରୋଧରେ ହୋଇଥିବା ଅପରାଧ ପାଇଁ ଦଣ୍ଡକୁ ପ୍ରାଥମିକତା ଦିଆଯାଇଛି । ଏଥି ସହିତ ୨୦୨୭ ବର୍ଷ ପୂର୍ବରୁ ଦେଶର ସମସ୍ତ କୋର୍ଟ ଡ଼ିଜିଟାଲାଇଜଡ଼ ହେବ । କାହାକୁ ଗିରଫ କରିବା ପରେ ସର୍ବପ୍ରଥମେ ତାଙ୍କ ପରିବାର ସଦସ୍ୟଙ୍କୁ ସୂଚନା ଦିଆଯିବ ।

ଭାରତରୁ ହଟିବ ବ୍ରିଟିଶ ଆଇନ। IPC ବା india penal code ହେବ ଭାରତୀୟ ନ୍ୟାୟ ସଂହିତା। IPC ହେଉଛି ଭାରତ ମଧ୍ୟରେ କୌଣସି ନାଗରିକ ଦ୍ୱାରା କରାଯାଇଥିବା କିଛି ଅପରାଧ କୁ ବୁଝାଏ। ଯାହାର ନିଷ୍ପତି ନେବ ଭାରତୀୟ ନ୍ୟାୟ ସଂହିତା। ଏନେଇ CrPC ସଂଶୋଧନ ବିଲ୍‌ ଲୋକସଭାରେ ଆଗତ ହୋଇଯାଇଛି । ଭାରତୀୟ ସୁରକ୍ଷା ସଂହିତା ବିଲ୍‌ ମାନେ CrPC ଉପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହ ଗତ ଶୁକ୍ରବାର ଲୋକସଭାରେ କହିଛନ୍ତି ଯେ ଇଂରେଜଙ୍କ ଦ୍ୱାରା ତିଆରି ୩ ଟି ଆଇନରେ ସଂଶୋଧନ କରାଯାଇଛି। ଆଇପିସି ବା ଭାରତୀୟ ଦଣ୍ଡ ସଂହିତା ସ୍ଥାନରେ ଭାରତୀୟ ନ୍ୟାୟ ସଂହିତା ୨୦୨୩, ସିଆର୍‌ପିସି ସ୍ଥନରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ ଏବଂ ଏଭିଡେନ୍ସ ଆକ୍ଟ ବଦଳରେ ଭାରତୀୟ ସାକ୍ଷ୍ୟ ଅଧିନିୟମ ୨୦୨୩ ଆଗତ କରାଯାଇଛି। ୭୭ ତମ ସ୍ୱାଧୀନତା ଦିବସ ଅବସରରେ ଦେଶ ଦାସତ୍ୱର ସମସ୍ତ ପୁରୁଣା ଚିହ୍ନକୁ ପଛରେ ପକାଇ ନୂଆ ନିୟମ ଲାଗୁ କରିବ । ଯେଉଁଥିରେ ପ୍ରତେକ ବର୍ଗର ଲୋକ ଉଚିତ ନ୍ୟାୟ ପାଇବେ । FIR ରୁ ଜଜମେଣ୍ଟ, ନାବାଳିକାକୁ ଦୁଷ୍କର୍ମ ଆଦି ପାଇଁ ମୃତ୍ୟୁଦଣ୍ଡ ଦିଆଯିବା ନେଇ ନିୟମ ଲାଗୁ ହେବ।

ଗୃହମନ୍ତ୍ରୀ ଅମିତ ଶାହା ଗତ ୧୧ ଅଗଷ୍ଟ ଶୁକ୍ରବାର ଦିନ ଲୋକସଭାରେ ଏନେଇ ତିନୋଟି ବିଲ୍ ଆଗତ କରିଛନ୍ତି । ଏହି ବିଲ୍ ଉପସ୍ଥାପନ କରି ସେ କହିଛନ୍ତି ଯେ ବର୍ତ୍ତମାନ ଦେଶରୁ ବ୍ରିଟିଶ ଆଇନ ହଟାଇ ଦିଆଯିବ। ଏଥିରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ ମାନେ Indian Civil Defense Code 2023, ଭାରତୀୟ ନ୍ୟାୟ ସଂହିତା ୨୦୨୩ ମାନେ Indian Justice Code 2023 ଓ ଭାରତୀୟ ସାକ୍ଷ୍ୟ ବିଧେୟକ ବିଲ୍ ୨୦୨୩ ବା Indian Evidence Bill 2023 ସାମିଲ ରହିଛି ।

ଏହା ବ୍ୟତୀତ ମବ ଲିଞ୍ଚିଂ ପାଇଁ ବର୍ତ୍ତମାନ ଏକ ନୂତନ ଆଇନ୍ ପ୍ରସ୍ତୁତ କରାଯିବ । ମବ ଲିଞ୍ଚିଂ ମାନେ କଣ ପ୍ରଥମେ ବୁଝିନିଅନ୍ତୁ । ଯେବେ କୌଣସି ଅନିୟନ୍ତ୍ରିତ ଭିଡ ବା ଲୋକଙ୍କ ଦ୍ୱାର କୌଣସି ଦୋଷୀଙ୍କୁ ତାଙ୍କ ଅପରାଧ ପାଇଁ କିମ୍ବା କିଛି ଭୁଲ ବୁଝାମଣା ଆଧାରରେ ବିନ କୌଣସି ଅପରାଧରେ ସେହି ସମୟରେ ସେହି ବ୍ୟକ୍ତିକୁ ଦଣ୍ଡ ଦେବା ଅଥବା ବାଡେଇ ବାଡେଇ ଜଣଙ୍କୁ ମାରି ଦେବା ଭଳି ହିଂସା କୁ ମବ ଲିଞ୍ଚିଂ କୁହାଯାଏ । ମୋବ ଲିଞ୍ଚିଂ ମାମଲାରେ ମୃତ୍ୟୁଦଣ୍ଡ ପାଇଁ ମଧ୍ୟ କେନ୍ଦ୍ର ବ୍ୟବସ୍ଥା କରିବ । ଏଥିସହ ଦେଶଦ୍ରୋହ ଆଇନକୁ ସମ୍ପୂର୍ଣ୍ଣ ରଦ୍ଦ କରାଯିବ । ଏଥିରେ ଇଣ୍ଡିଆନ ପେନାଲ କୋଡ୍, କ୍ରିମିନାଲ ପ୍ରସିଜୋର କୋଡ୍ ଓ ଇଣ୍ଡିଆନ ଏବିଡେନ୍ସ କୋଡ ରହିଛି ।

ଏହା ସହିତ ଆଉ ଏକ ଖୁସି ଖବର ରହିଛି ।ଏବେ ଦୁଷ୍କର୍ମ ହେଲେ ଦୋଷୀ କୁ ଫାଶୀ ଦଣ୍ଡ ମିଳିବ । ନାବାଳିକାକୁ ଦୁଷ୍କର୍ମ ପାଇଁ ମୃତ୍ୟୁଦଣ୍ଡର ବ୍ୟବସ୍ଥା କରାଯିବ । ନୂତନ ଆଇନରେ ମହିଳା ଓ ଶିଶୁଙ୍କ ବିରୋଧରେ ହୋଇଥିବା ଅପରାଧ ପାଇଁ ଦଣ୍ଡକୁ ପ୍ରାଥମିକତା ଦିଆଯାଇଛି । ଏଥି ସହିତ ୨୦୨୭ ବର୍ଷ ପୂର୍ବରୁ ଦେଶର ସମସ୍ତ କୋର୍ଟ ଡ଼ିଜିଟାଲାଇଜଡ଼ ହେବ । କାହାକୁ ଗିରଫ କରିବା ପରେ ସର୍ବପ୍ରଥମେ ତାଙ୍କ ପରିବାର ସଦସ୍ୟଙ୍କୁ ସୂଚନା ଦିଆଯିବ ।

ଏବେ ଜଣାନ୍ତୁ ବର୍ତ୍ତମାନ ଭାରତୀୟ ଅପରାଧିକ ଆଇନରେ କଣ ସବୁ ବଡ ପରିବର୍ତ୍ତନ ହେବ :

-ନୂତନ CrPC ରେ ୩୫୬ ଧାରା ରହିବ, ପୂର୍ବରୁ ଏହା ସମୁଦାୟ ୫୧୧ ଧାରା ଥିଲା

-୭ ବର୍ଷରୁ ଅଧିକବର୍ଷ ଦଣ୍ଡ ଥିବା ମାମଲାରେ ଫୋରେନସିକ୍ ଟିମ୍ ଦ୍ୱାରା ପ୍ରମାଣ ସଂଗ୍ରହ କରାଯିବ ।

-ଦେଶ ଛାଡି ପଳାଇଥିବା ଅପରାଧୀଙ୍କ ଅନୁପସ୍ଥିତିରେ ଆଇନଗତ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ଦୋଷୀ ସାବ୍ୟସ୍ତ ହେବାର ବ୍ୟବସ୍ଥା ।

-ଶୁଣାଣି ଶେଷ ହେବାର ୩୦ ଦିନ ପରେ କୌଣସି ପରିସ୍ଥିତିରେ କୋର୍ଟକୁ ଏହାର ରାୟ ଦେବାକୁ ପଡିବ ।

-ବର୍ତ୍ତମାନ ଯାଞ୍ଚ-ଜବତ କରବା ସମୟରେ ଭିଡିଓ ପ୍ରସ୍ତୁତ କରିବା ବାଧ୍ୟତାମୂଳକ ହେବ ।

-ଅପରାଧ ଯେକୌଣସି ଅଞ୍ଚଳରେ ହେଲେ ବି FIR ଦେଶର ଯେକୌଣସି ଅଞ୍ଚଳରେ ପଞ୍ଜୀକୃତ ହୋଇପାରିବ ।

-୯୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିବାକୁ ପଡିବ ଓ ୧୮୦ ଦିନ ମଧ୍ୟରେ ତଦନ୍ତ ଶେଷ ହେବ ।

-ଯେଉଁମାନେ ଲଭ୍ ଜିହାଦ୍ ଉପରେ କାର୍ଯ୍ୟ କରିବା ପାଇଁ ନିଜର ପରିଚୟ ପରିବର୍ତ୍ତନ କରି ଯୌନ ଶୋଷଣ କରନ୍ତି ସେମାନଙ୍କ ପାଇଁ ଦଣ୍ଡର ବ୍ୟବସ୍ଥା ହେବ ।

-ନାବାଳିକା କିମ୍ୱା ଛୋଟ ପିଲଙ୍କୁ ଗଣଦୁଷ୍କର୍ମ ମାମଲାରେ ମୃତ୍ୟୁଦଣ୍ଡର ବ୍ୟବସ୍ଥା କରାଯିବ ।

-ଶିଶୁ ଓ ମହିଳାଙ୍କ ସହ ଅପରାଧ ମାମଲାରେ ୧୦ ବର୍ଷ ପର୍ଯ୍ୟନ୍ତ ଦଣ୍ଡ ମିଳିବ ।

-ଭାରତୀୟ ପ୍ରମାଣ ଅଧିନିୟମ IEA ୧୮୭୨ କୁ ଭାରତୀୟ ପ୍ରମାଣ ଆଇନ ୨୦୨୩ ଦ୍ୱାରା ବଦଳାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.