Below header

ଚାଷୀଙ୍କୁ ମିଳୁନି ଫସଲବୀମା ଅର୍ଥରାଶି, ନୂତନ ବୀମା ଲାଗି ପଞ୍ଜିକୃତ କରୁନି ସମବାୟ ସମିତି

ଯାଜପୁର (କେନ୍ୟୁଜ): ସମବାୟ ସମିତିର ଅବହେଳା ପାଈଁ କ୍ଷତିଗ୍ରସ୍ଥ ହେଉଛନ୍ତି ଚାଷୀକୂଳ । ଚାଷୀ ମାନଙ୍କୁ ମିଳିପାରୁ ନାହିଁ ଫସଲବୀମା ଅର୍ଥରାଶି । ଯାହାକୁ ନେଇ ଏବେ ଚିନ୍ତାରେ ଶତାଧିକ ଚାଷୀ । ଏଭଳି ଅଭିଯୋଗ ଆଣିଛନ୍ତି ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ହଳଦିଢିହ ଗ୍ରାମର ଶତାଧିକ ଚାଷୀ । ଗୋଟେ ପଟେ ବନ୍ୟା ଓ ଅନ୍ୟପଟେ ବର୍ଷା ଅଭାବରୁ ମରୁଡି ପରିସ୍ଥିତି ଭୋଗୁଥିବା ଚାଷୀଙ୍କୁ ସମବାୟ ସମିତି ବୀମା ଭୁକ୍ତ କରୁନଥିବା ବେଳେ ଚାଷ ଲାଗି ଆସୁଥିବା ସମସ୍ତ ସରକାରୀ ସହାୟତାରୁ ବଂଚିତ ହେଉଥିବାରୁ ଅଭିଯୋଗ କରିଛନ୍ତି ଚାଷୀ । ହଳଦିଢିହ ଓ ଆଉଁରୀ ପଂଚାୟତର ସମବାୟ ସମିତି ଗୋଟିଏ ହୋଇଥିବାରୁ ପକ୍ଷ ପାତିତାକରି ସମବାୟ ସମିତି ସମ୍ପାଦକ ଏଭଳି ହଇରାଣ ହରକତ କରୁଥିବା ଚାଷୀ ଅଭିଯୋଗ କରିଛନ୍ତି । ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ ନକଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଚାଷୀ । ସେପଟେ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ଏହି ସମସ୍ୟାର ସମାଧାନ ପାଇଁ ସମବାୟ ସମିତି ସହକାରୀ ନିବନ୍ଧକଙ୍କୁ ନିର୍ଦ୍ଧେଶ ଦିଆଯାଇଛି ।

water

ଅନ୍ୟପଟେ ଚଳିତ ବର୍ଷ ମୌସୁମି ବର୍ଷାର ଦେଖାନାହିଁ । ଉଠାଜଳସେଚନ ପ୍ରକଳ୍ପ ଏବେ ଅଚଳ । ଏଭଳିସ୍ଥିତିରେ ନିଶ୍ଚିତ ମରୁଡିକୁ ସାମନା କରିବାକୁ ଯାଉଛି ଚାଷୀକୂଳ । ମରୁଡି ଯୋଗୁ କ୍ଷତିଗ୍ରସ୍ଥ ଚାଷୀଙ୍କୁ ଫସଲ ବିମା ଯୋଜନାରେ କ୍ଷତିପୂରଣ ଦେବାର ବ୍ୟବସ୍ଥା ରହିଛି । କିନ୍ତୁ ବିଂଝାରପୁର ବ୍ଲକ ହଳଦିଢିହ ପଂଚାୟତରେ ଫସଲ ବିମା ଯୋଜନା ସମବାୟ ସମିତିର ଅବହେଳା କାରଣରୁ ସମ୍ପୁର୍ଣ୍ଣ ଫେଲ ମାରିଛି । ପଂଚାୟତର ଶହ ଶହ ଏକରର ଚାଷଜମି ଚଳିତ ବର୍ଷ ବୀମା ଯୋଜନାରେ ଅର୍ନ୍ତଭୁକ୍ତ ହୋଇପାରିନାହିଁ । ଚାଷୀଙ୍କୁ ବୀମା କରାଇବା ପାଇଁ ସମବାୟ ସମିତି ପକ୍ଷରୁ ମାଇକ ମାଧ୍ୟମରେ ପ୍ରଚାର କରାଯାଇଥିଲା । କିନ୍ତୁ ଚାଷୀ କାଗଜପତ୍ର ନେଇ ସମବାୟ ସମିତି ଗଲେ ସମ୍ପାଦକ ସେମାନଙ୍କୁ ସହଯୋଗ କରିବା ପରିବର୍ତ୍ତେ ଅସହଯୋଗ କରୁଛନ୍ତି । ଚାଷ ଉପରେ ନିର୍ଭର କରିବଂଚୁଥିବା ଚାଷୀ ଚାଷ ଜନିତ କ୍ଷତି ପୂରଣ ପାଇବାକୁ ବଂଚିତ ହେବେ ବୋଲି ଅଭିଯୋଗ କରିଛନ୍ତି ।

jajapur

ହଳଦିଢିଅ ପଂଚାୟତର ଧାନ ଚାଷଜମି ଗୁଡିକ ଅଣଜଳସେଚିତ ଅଂଚଳ । ଏଠାରେ ସରକାରୀ ସ୍ତରରେ ଜଳ ସେଚିତ କରାଯିବାର କୌଣସି ବ୍ୟବସ୍ଥା ହୋଇନାହିଁ । ଚାଷ ଲାଗି କେବଳ ବର୍ଷା ଜଳ ଉପରେ ନିର୍ଭର କରିଥାନ୍ତି ଚାଷୀ । ବର୍ଷା ନହେଲେ ଚାଷ ଉଜୁଡିଯିବାର ସମ୍ଭାବନା ଥିବା ବେଳେ ବର୍ଷାଦିନେ ଆସୁଥିବା ବନ୍ୟା ସବୁ କିଛି ଧୋଇ ନେଇଥାଏ । ଫସଲ ବୀମା ଚାଷୀ ମାନଙ୍କର କେବଳ ସାହା ଭରଷା ହୋଇଥିବା ବେଳେ ସମବାୟ ସମିତି ଚାଷୀଙ୍କୁ ବିମାଭୁକ୍ତ ନକରାଇବା ଭଳି କାର୍ଯ୍ୟ ଚାଷୀଙ୍କୁ ହତାଶ କରିଛି । ଏହି ସମସ୍ୟା ନେଇ ବାରମ୍ବାର ସମବାୟ ସମିତି କାର୍ଯ୍ୟାଳୟକୁ ଚାଷୀ ଦୌଡୁଥିଲେ ବି ସମ୍ପାଦକ କର୍ଣ୍ଣପାତ କରୁନଥିବା ଚାଷୀ ଅଭିଯୋଗ କରିଛନ୍ତି । ବାଧ୍ୟ ହୋଇ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଛନ୍ତି । ପ୍ରଶାସନ ହସ୍ତକ୍ଷେପ କରି ଚାଷୀଙ୍କ ଏହି ସମସ୍ୟାର ସମାଧନ କରିବାକୁ ଦାବୀ କରିଛନ୍ତି । ସେପଟେ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ଚାଷୀ ଆଣିଥିବା ଅଭିଯୋଗ ଓ ସେମାନଙ୍କ ସମସ୍ୟାର ସମାଧାନ ଲାଗି ସମବାୟ ସମିତି ସହକାରୀ ନିବନ୍ଧକଙ୍କୁ ନିର୍ଦ୍ଧେଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.