କଟକ: ବାପ-ପୁଅଙ୍କ ମଧ୍ୟରେ ବିବାଦ ତେଜିବା ପରେ ଅଘଟଣ, ପୁଅକୁ ଗୁଳି କରି ହତ୍ୟା କଲା ବାପା

କଟକ(କେନ୍ୟୁଜ୍): ପୁଅକୁ ଗୁଳି କରି ହତ୍ୟା କଲା ବାପା । କଟକ ବାରଙ୍ଗ ଥାନା ବେଣ୍ଟୁଆ ଗାଁରେ ଘଟିଛି ଅଭାବନୀୟ ଘଟଣା । ଯଦୁମଣି ମୁଣ୍ଡା ପୁଅ ଶିବ ମୁଣ୍ଡାକୁ ଗୁଳି କରି ହତ୍ୟା କରିଛି ।

କୌଣସି କାରଣରୁ ବାପ-ପୁଅଙ୍କ ମଧ୍ୟରେ ବିବାଦ ହେବା ପରେ ଉତ୍‌କ୍ଷିପ୍ତ ହୋଇ ଯଦୁମଣି ମୁଣ୍ଡା ପୁଅକୁ ଦେଶୀ ବନ୍ଧୁକରୁ ଗୁଳିମାରି ଥିଲା। ଘଟଣାସ୍ଥଳରେ ପୁଅର ମୃତ୍ୟୁ ହୋଇଛି। ଯଦୁମଣି ଫେରାର ହୋଇଯାଇଥିବା ବେଳେ ବାରଙ୍ଗ ପୋଲିସ ତଦନ୍ତ ଆରମ୍ଭ କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.