Below header

ରାଉରକେଲା ରେଳବାଇ କଲୋନୀରେ ଗୁଳିକାଣ୍ଡ,ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ହୋଇଥିବା ସୂଚନା

ରାଉରକେଲା(କେନ୍ୟୁଜ୍):  ଷ୍ଟିଲ୍‌ ସିଟିରେ ଫୁଟିଲା ଗୁଳି । ରାଉରକେଲା ରେଳବାଇ କଲୋନୀରେ ଗୁଳିକାଣ୍ଡ । ଘର ଆଗରେ ଛିଡ଼ା ହୋଇଥିବା ବେଳେ ଦୁର୍ବୃତ୍ତଙ୍କ ଅତର୍କିତ ଗୁଳିମାଡ଼ । ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଗୋରେ ନାମକ ଯୁବକ ଗୁରୁତର ଆହତ ହୋଇଛନ୍ତି । ଯୁବକଙ୍କ ଛାତି, କାନ୍ଧ ଓ ହାତରେ ଗୁଳି ଲାଗିଛି । ତାଙ୍କ ମାଉସୀଙ୍କ ଗୋଡ଼ରେ ମଧ୍ୟ ଗୁଳି ବାଜିଛି ।

ଗୁରୁତର ଅବସ୍ଥାରେ ଗୋରେକୁ ଆଇଜିଏଚ୍‌ର ଆଇସିୟୁରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ମାଉସୀଙ୍କୁୁ ଆଇଜିଏଚରେ ଭର୍ତ୍ତି କରାଯାଇଛି । ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ହୋଇଥିବା କୁହାଯାଉଛି । ଗତ ବର୍ଷ ଜୁନ ୭ ତାରିଖରେ ଦିଲସାଦ ଖାନଙ୍କ ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିଲା ଗୋରେ । କିଛି ଦିନ ପୂର୍ବରୁ ଜାମିନରେ ଆସିଥିଲା । ମୃତ ଦିଲସାଦ ଖାନର ସହଯୋଗୀ ଗୋଷ୍ଠୀ ଗୁଳିମାଡ଼ରେ ସମ୍ପୃକ୍ତ ଥିବା ସନ୍ଦେହ କରୁଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.