ସମ୍ବଲପୁର ମହାନଦୀରେ ଅଘଟଣ: ନଦୀ ସୁଅରେ ଭାସି ବାପା-ପୁଅ ମୃତ, ଝିଅ ନିଖୋଜ

ସମ୍ବଲପୁର(କେନ୍ଯୁଜ୍): ସମ୍ବଲପୁର ମହାନଦୀରେ ଅଘଟଣ । ନଦୀ ସୁଅରେ ଭାସି ବାପା-ପୁଅ ମୃତ । ଝିଅ ନିଖୋଜ । ପେନସନ ପଡାର ଗୋଟିଏ ପରିବାର ଏକାଠି ମହାନଦୀର ଦଳେଇପଡ଼ା ଘାଟରେ ଗାଧୋଉଥିବା ବେଳେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ସେମାନଙ୍କ ମଧ୍ୟରୁ ବାପା ଓ ପୁଅକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

ସେମାନେ ହେଲେ ଏମଡି. ଅଳତାଫ ଓ ପୁଅ ମହମ୍ମଦ ଅବତାଫ । ଏମ୍‌.ଡି. ଅଳତାଫଙ୍କ ଝିଅ ରୁକସାନା ପରବିନର କିଛି ସନ୍ଧାନ ମିଳିପାରିନାହିଁ । ତାଙ୍କୁ ଅଗ୍ନିଶମ ବାହିନୀ ପକ୍ଷରୁ ବହୁ ଖୋଜାଖୋଜି କରାଯାଇଥିଲା । ତେବେ କୌଣସି ପତ୍ତା ମିଳିନାହିଁ । ଅନ୍ଧାର ହେବାରୁ ଆଜି ସର୍ଚ୍ଚ ଅପରେସନ୍‌ ବନ୍ଦ ରହିଥିଲା । ଆଜି ପୁଣି ଥରେ ମହାନଦୀରେ ଖୋଜାଖୋଜି କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.