Below header

ସୋରରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ସମ୍ବର୍ଦ୍ଧନା

ବାଲେଶ୍ବର : ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବା ପରେ ବାଲେଶ୍ବରର ସାଂସଦ ତଥା କେନ୍ଦ୍ର ମତ୍ସ,ପଶୁ ସମ୍ପଦ ଓ MSME ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ପ୍ରଥମ ଥର ପାଇଁ ନିଜ ନିର୍ବାଚନ ମଣ୍ଡଳୀ ପରିଦର୍ଶନ କରିଛନ୍ତି । ଏହି ଅବସରରେ ସୋର ସିମୁଳିଆ ରାସ୍ତାରେ ଶହ ଶହ ସଂଖ୍ୟାର ଜନସାଧାରଣ ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ । ସେହି ଠାରୁ ଏକ ବିରାଟ ରୋଡ ସୋରେ ପ୍ରତାପ ଷଡଙ୍ଗୀ ନିଜ ନିର୍ବାଚନ ମଣ୍ଡଳୀକୁ ପରିଦର୍ଶନ କରିଥିଲେ। ତାଙ୍କ ସାଥିରେ ପୁର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡାଙ୍କ ସମେତ ଅନେକ ନେତା ମଧ୍ୟ ସାମିଲ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.