Below header

ଚଳିତବର୍ଷ ରଥଯାତ୍ରା ଲାଇଭ ଷ୍ଟ୍ରିମିଂ କରାଯିବ ନିଲାମ, କିଣିବା ପାଇଁ ଚ୍ୟାନେଲଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା

ପୁରୀ : ଚଳିତବର୍ଷ ରଥଯାତ୍ରା ଲାଇଭ ଷ୍ଟ୍ରିମିଂ ପାଇଁ ନିଲାମୀ ଡକାଯିବ ବୋଲି ଶ୍ରୀମନ୍ଦିର ପ୍ରଶସନ ପକ୍ଷରୁ ଆଜି ଘୋଷଣା କରାଯାଇଛି । ଏହି ନିଲାମୀ ଜୁଲାଇ ୪ ତାରିଖରେ କରାଯିବା ବୋଲି କୁହାଯାଇଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ରାଜ୍ଯର ବିଶିଷ୍ଟ ମିଡିଆକୁ ସୂଚନା ପ୍ରଦାନ କରିଛି। ଏହି ନିଲାମୀରେ ଲାଇଭ ଷ୍ଟ୍ରିମିଂ ପାଇଁ ଅନୁମତି ପାଇଥିବା ଚ୍ଯାନେଲ ରଥଯାତ୍ରା, ବାହୁଡା ଯାତ୍ରା, ସୁନାବେଶ, ଅଧରପଣା, ସ୍ନାନ ଯାତ୍ରା ଏବଂ ନିଳାନ୍ଦ୍ରି ବିଜେର ଲାଇଭ ରେକର୍ଡ କରିପାରିବ।

ଆସନ୍ତୁ ଜାଣିବା ଲାଇଭ ଷ୍ଟ୍ରିମିଂର ଅନୁମତି ପାଇବା ପାଇଁ କଣ ରହିଛି ନିୟମ

ଏହି ନିଲାମୀରେ ଭାଗ ନେବା ପାଇଁ ଇଛୁକ ଟିଭି ଚ୍ୟାନେଲ ମାନେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଜାରି କରାଯାଇଥିବା ଫର୍ମ ଏବଂ ନିର୍ଦ୍ଧାରିତ ଟଙ୍କାକୁ ଜୁନ୍ ୧୦ ତାରିଖ ସୁଧା ଜମା କରିବାକୁ ପଡିବ। ଏହାପରେ ନିଲାମୀ ଶେଷ ପରେ ମଞ୍ଜୁର ପାଇଥିବା ଚ୍ୟାନେଲକୁ ଲାଇଭ ଷ୍ଟ୍ରିମିଂ ପାଇଁ ନିର୍ଦ୍ଧାରିତ କରାଯାଇଥିବା ଟଙ୍କାକୁ ପ୍ରଶାସନ ନିକଟରେ ଜମା କରିବାକୁ ପଡିବ।

-ଏହି ନିଲାମୀରେ ସାମିଲ ହେବା ପାଇଁ ଟେଲିଭିଜନ୍ ଚ୍ୟାନେଲ ଗୁଡିକର କମ ସେ କମ୍ ଟେଲିକାଷ୍ଟିଂ, ବ୍ରୋଡକାଷ୍ଟ୍ରିଂର ୫ବର୍ଷ ଅଭିଜ୍ଞତା ଥିବା ଦରକାର।

-ଲାଇଭ ଷ୍ଟ୍ରିମିଂ ସମୟରେ ବ୍ୟବହାର ଉପକରଣ ପାଇଁ ଚ୍ୟାନେଲକୁ ପୁରୀ ଜିଲ୍ଲା ପ୍ରଶାସନ ନିକଟରୁ ଅନୁମତି ନେବାକୁ ପଡିବ।

-ଅନୁମତି ପାଇଥିବା ଚ୍ୟାନେଲ ପୁରୀର କୌଣସି ସ୍ଥାନରେ ରଥଯାତ୍ରା ସମ୍ବନ୍ଧୀୟ ଅନ୍ୟ କୌଣସି ପ୍ରକାରର ପ୍ରସାରଣ କରିପାରିବେ ନାହିଁ।

-ଚ୍ୟାନେଲକୁ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ଦିଆଯାଇଥିବା ସୂଚନାକୁ ହିଁ ସ୍କ୍ରୋଲିଂରେ ଚଲାଇବାକୁ ପଡିବ।

– ଲାଇଭ ଟେଲିକାଷ୍ଟ ଅନୁମତି ପାଇଥିବା ଚ୍ୟାନେଲ ନ୍ୟାସନାଲ ବ୍ରୋଡକାଷ୍ଟର ଦୂରଦର୍ଶନ ସହ ନିଶୁଳ୍କ ଫିଡ ଶେୟାର କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.