ନିଖୋଜ ବିମାନ ଏଏନ-୩୨ର ସନ୍ଧାନ ଦେଲେ ବାୟୁସେନା ଦେବ ୫ଲକ୍ଷ ପୁରଷ୍କାର ରାଶି

ଅରୁଣାଚଳ ପ୍ରଦେଶର ପାହାଡି ଅଞ୍ଚଳରେ ନିଖୋଜ୍ ହୋଇଥିବବା ଭାରତୀୟ ବାୟୁସେନା ଏଏନ-୩୨ ବିମାନର ଏବେ ପର୍ଯ୍ୟନ୍ତ ପତ୍ତା ମିଳିପାରିନାହିଁ। ବିମାନରେ ୧୩ ଜଣ ଯାତ୍ରୀ ଥିଲେ। ବାୟୁସେନା ନିଖୋଜ ଏଏନ-୩୨ ବିମାନ ବିଷୟରେ ସୂଚନା ଦେବା ବ୍ୟକ୍ତିଙ୍କୁ ପାଞ୍ଚ ଲକ୍ଷ ଟଙ୍କା ପୁରଷ୍କାର ରାଶି ଶନିବାର ଦିନ ଘୋଷଣା କରିଛନ୍ତି। ଅଲଗା ଅଲଗା ସ୍ଥାନରେ ଖରାପ ମୌସୁମୀ କାରଣରୁ ମଧ୍ୟ ସନ୍ଧାନ ଅଭିଯାନ ଜାରୀ କରାଯାଇଥିଲା। ଏଜେନ୍ସୀଙ୍କ ଚେଷ୍ଟା ପରେ ମଧ୍ୟ ସଫଳତା ମିଳିପାରି ନାହିଁ।
ତେବେ ବାୟୁସେନା ପକ୍ଷରୁ ଏହା କୁହାଯାଇଛି ଯେ ନିଖୋଜ ବାୟୁସେନାର ସୁରାଗ ଦେବା ବ୍ୟକ୍ତିଙ୍କୁ ପାଞ୍ଚ ଲକ୍ଷ ପୁରଷ୍କାର ରାଶି ଘୋଷଣା କରାଯାଇଛି। ଏବେ ପର୍ଯ୍ୟନ୍ତ ବିମାନର ସନ୍ଧାନ ଜାରୀ ରହିଛି।
ବାୟୁସେନାର ଏହି ନମ୍ବରରେ ଦେଇନାରିବେ ସୂଚନା
୯୪୩୬୪୯୯୪୭୭
୯୪୦୨୦୭୭୨୬୭
୯୪୦୨୧୩୨୪୭୭
Wing Commander, Ratnakar Singh, Def PRO,Shillong:Finder may contact IAF on- 0378-3222164, 9436499477/9402077267/9402132477. IAF is using all its assets&taking help of Army,Arunachal Pradesh civil authorities&other national agencies to locate the missing AN-32 transport aircraft https://t.co/6R4Zupt3fp
— ANI (@ANI) June 8, 2019