ମହାନତା ଦେଖାଇଲେ ମହିଳା କନେଷ୍ଟବଳ, ରାସ୍ତାରୁ ପାଇଥିବା ୨୦ ହଜାର ଟଙ୍କା ଫେରାଇଦେଲେ

ଭୁବନେଶ୍ବର: ରାସ୍ତାରୁ ପାଇଥିବା ୨୦ ହଜାର ଟଙ୍କା ଫେରାଇ ପ୍ରଶଂସାର ପାତ୍ର ହୋଇଛନ୍ତି ମହିଳା ଥାନାରେ ଜଣେ କାର୍ଯ୍ୟରତ ମହିଳା କନେଷ୍ଟବଳ। ମହିଳା କନେଷ୍ଟବଳ ଜଣଙ୍କ ହେଉଛନ୍ତି ଭାନୁମତି ମଲ୍ଲିକ। ଗତକାଲି ଏକ ନମ୍ବର ହାଟ ନିକଟରୁ ସେ ଏହି ଟଙ୍କା ଥିବା ପର୍ସଟି ପାଇଥି‌ଲେ। ସେଥିରେ ଏଟିଏମ୍‌ ଓ ବିଭିନ୍ନ ପରିଚୟ ପତ୍ର ରହିଥିଲା। ପରିଚୟ ପତ୍ରରୁ ପର୍ସଟି ୧୨୦ ବାଟାଲିଅନ୍‌ର କର୍ମଚାରୀ ଅମନପ୍ରିତ୍ ସିଂହଙ୍କର ବୋଲି ଜଣାପଡ଼ିଥିଲା। ତୁରନ୍ତ ଶ୍ରୀମତୀ ମଲ୍ଲିକ ପର୍ସକୁ ମହିଳା ଥାନା ଜିମା ଦେଇଥିଲେ।

ପରେ ମହିଳା ଥାନା ପକ୍ଷରୁ ଅମନଜିତ୍‌ଙ୍କୁ ଯୋଗାଯୋଗ କରାଯାଇଥିଲା ଓ ପର୍ସଟିକୁ ଫେରାଇ ଦିଆଯାଇଥିଲା। ବହୁ ସରକାରୀ କର୍ମଚାରୀ ଲାଞ୍ଚ ନେଇ ଧରାପଡ଼ୁଥିବାବେଳେ ଜଣେ ସାଧାରଣ କର୍ମଚାରୀ ୨୦ ହଜାର ଟଙ୍କା ପାଇ ଫେରାଇଥିବାରୁ ପୁଲିସ କମିସନରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ତାଙ୍କୁ ସାଧୁବାଦ ଜଣାଇଛନ୍ତି। ଟଙ୍କା ଓ ବିଭିନ୍ନ କାଗଜପତ୍ର ଫେରି ପାଇଥିବା ଅମନ୍‌ଜିତ୍ ମଧ୍ୟ ଭାନୁମତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.