ଢେଙ୍କାନାଳ: ମହାବିରୋଡ ରେଞ୍ଜ ଡିହୋଡଳ ଫରେଷ୍ଟ ଅନ୍ତର୍ଗତ ଅଁଳାକଟା ଗାଁ ଜଙ୍ଗଲ ନିକଟରୁ ମାଈ ହାତୀର ମୃତଦେହ ଠାବ

ଢେଙ୍କାନାଳ: ମାଈ ହାତୀର ମୃତଦେହ ଠାବ । ଢେଙ୍କାନାଳ ଜିଲ୍ଲା ମହାବିରୋଡ ରେଞ୍ଜ ଡିହୋଡଳ ଫରେଷ୍ଟ ଅନ୍ତର୍ଗତ ଅଁଳାକଟା ଗାଁ ଜଙ୍ଗଲ ନିକଟରୁ ଏକ ମାଇହାତୀର ମୃତଦେହ ଠାବ ହୋଇଛି । ସକାଳୁ ଗାଁର କିଛି ଚାଷୀ ଧାନ ଫସଲ ଦେଖିବାକୁ ଯାଇଥିବା ବେଳେ ଜଙ୍ଗଲ ନିକଟରେ ଏକ ଧାନ ବିଲରେ ହାତୀ ମରିପଡିଥିବାର ଦେଖି ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ଜଣାପଡିବ ବୋଲି ବନ ବିଭାଗ ତରଫରୁ ସୂଚନା ମିଳିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.