ସିଡିଏମ୍‌ଓ କାର୍ଯ୍ୟାଳୟରେ ୩ ଜଣିଆ ଟିମ୍‌, ସୌମ୍ୟଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଚାଲିଛି ପଚରାଉଚରା

ପାରଳାଖେମୁଣ୍ଡି(କେନ୍ଯୁଜ୍): ପାରଳା ଏସିଏଫ୍‌ ସୌମ୍ୟରଂଜନ ମୃତ୍ୟୁ ମାମଲାରେ ପଞ୍ଚମ ଦିନରେ କ୍ରାଇମବ୍ରାଞ୍ଚର ତନାଘନା। ସିଡିଏମ୍‌ଓ କାର୍ଯ୍ୟାଳୟରେ ୩ ଜଣିଆ ଟିମ୍‌। ଡିଏମ୍‌ଓ ସହ ସୌମ୍ୟଙ୍କୁ ଚିକିତ୍ସା କରୁଥିବା ୨ ଡାକ୍ତରଙ୍କୁ ପଚରାଉଚରା କରୁଛି ଟିମ୍‌। ଡିଏମ୍‌ଓ ଡାକ୍ତର ପ୍ରମୋଦ କୁମାର ପଣ୍ଡା, ଡାକ୍ତର କିଶୋର ଚନ୍ଦ୍ର ବେହେରା ଓ ଡାକ୍ତର ଅଭିଳାଷ ପଣ୍ଡାଙ୍କୁ ପଚରାଉଚରା କରାଯାଉଛି। ଏପଟେ ଗତକାଲି ଜେରା ବେଳେ କ୍ରାଇମବ୍ର଼ାଞ୍ଚକୁ ଚାଞ୍ଚଲ୍ୟକର ବୟାନ ଦେଇଛି ଜଗୁଆଳି।

ସୌମ୍ୟଙ୍କୁ ଉଦ୍ଧାର ବେଳେ ଉପସ୍ଥିତ ଥିଲେ ଜିଲ୍ଲାପାଳ। ଆବଶ୍ୟକ ପଡିଲେ ଜିଲ୍ଲାପାଳଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ DSP ଜ୍ଞାନରଞ୍ଜନ ମିଶ୍ର। ଘଟଣା ଦିନ ରାତି ୮ଟା ବେଳେ ଖୋଦ୍‌ ଜିଲ୍ଲାପାଳ ଡିଏଫଓଙ୍କ ଘରକୁ ଯାଇଥିଲେ ଓ ଗୁରୁତର ଏସିଏଫଙ୍କୁ ମେଡିକାଲ ନେବା ବେଳେ ମଧ୍ୟ ଜିଲ୍ଲାପାଳ ଉପସ୍ଥିତ ଥିବା କଥା ଜଗୁଆଳି ବୟାନ ଦେଇଛନ୍ତି । ସୌମ୍ୟଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ତଦନ୍ତ ଯେତିକି ଆଗଉଛି ସେତିକି ନୂଆ ଚରିତ୍ର ଓ ତଥ୍ୟ ସାମ୍ନାକୁ ଆସୁଛି।

You might also like