ଭଦ୍ରକ ହସ୍ପିଟାଲରେ ଖଣ୍ଡ ଯୁଦ୍ଧ, ଜମିଜମା ବିବାଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପିଟାପିଟି

ଜମିଜମା ବିବାଦକୁ ନେଇ ଗତକାଲି ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ ଭଦ୍ରକ ସହରରେ ଚାପା ଉତ୍ତେଜନା ଲାଗି ରହିଛି । ଏହି ଘଟଣାରେ ଗୁରୁତର ଆହତ ଯୁବକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଭଦ୍ରକ ସହରର ହୋଟେଲ ବ୍ୟବସାୟୀ ଶୁଭ୍ରକାନ୍ତ ପତିଙ୍କ ସହିତ ଅନ୍ୟ ଜଣଙ୍କର ଜମିଜମାକୁ ନେଇ ବହୁ ଦିନରୁ ବିବାଦ ଲାଗିଥିଲା ।

ଭଦ୍ରକ (କେନ୍ୟୁଜ): ଜମିଜମା ବିବାଦକୁ ନେଇ ଗତକାଲି ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ ଭଦ୍ରକ ସହରରେ ଚାପା ଉତ୍ତେଜନା ଲାଗି ରହିଛି । ଏହି ଘଟଣାରେ ଗୁରୁତର ଆହତ ଯୁବକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଭଦ୍ରକ ସହରର ହୋଟେଲ ବ୍ୟବସାୟୀ ଶୁଭ୍ରକାନ୍ତ ପତିଙ୍କ ସହିତ ଅନ୍ୟ ଜଣଙ୍କର ଜମିଜମାକୁ ନେଇ ବହୁ ଦିନରୁ ବିବାଦ ଲାଗିଥିଲା ।

ଗତକାଲି ରାତିରେ ଶୁଭ୍ରକାନ୍ତଙ୍କୁ ଆକ୍ରମଣ ପାଇଁ କିଛି ଅସାମାଜିକ ଯୁବକ ବିଭିନ୍ନ ମରଣାସ୍ତ୍ର ନେଇ ତାଙ୍କ ହୋଟେଲ ପାଖରେ ପହଞ୍ଚିଥିଲେ । ଏଥିରେ ଭୟଭୀତ ହୋଇ ଶୁଭ୍ରକାନ୍ତ ତାଙ୍କ ସହଯୋଗୀ ସମ୍ପର୍କୀୟଙ୍କୁ ଫୋନ କରି ଡାକିଥିଲେ । ସେମାନେ ସେଠାରେ ପହଞ୍ଚିବା ପରେ ବିବାଦ ଆହୁରି ବଢ଼ିବା ସହିତ ଆକ୍ରମଣ ହୋଇଥିଲା । ଫଳରେ ଛୁରାମାଡ଼ରେ ଦୁଇ ଜଣ ଆହତ ହୋଇଥିଲେ । ସେମାନେ ଭଦ୍ରକ ମେଡିକାଲରେ ପହଞ୍ଚିବା ପରେ ସେଠାରେ ଉଭୟ ଗୋଷ୍ଠୀର ଲୋକ ରୁଣ୍ଡ ହୋଇଥିବା ବେଳେ ହସ୍ପିଟାଲ ପରିସରରେରେ ତୀବ୍ର ଉତ୍ତେଜନା ଦେଖା ଯାଇଥିଲା । ଭଦ୍ରକ ସିଟି ଡିଏସ ପି ଙ୍କ ନେତୃତ୍ୱ ରେ ୩ ଜଣ ଇନ୍ସପେକ୍ଟର ଓ ୫ ପ୍ଲାଟୁନ ପୋଲିସ ଫୋର୍ସ ସେଠାରେ ପହଞ୍ଚିଥିଲେ । ହେଲେ ସେମାନେ ଆକ୍ରମଣ କରିବାରୁ ପୋଲିସ ପକ୍ଷରୁ ଲାଠି ଚାର୍ଜ କରାଯାଇଥିଲା । ପୋଲିସ ଏହି ଘଟଣାରେ ୨ ଜଣ ଙ୍କୁ ଥାନା ରେ ଅଟକ ରଖିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.