ବଞ୍ଚିବା ପାଇଁ ବାଜି ଲାଗିଛି ପାର୍ବତୀଙ୍କ ଜୀବନ, ଅର୍ଥ ଅଭାବରୁ ହୋଇପାରୁନାହିଁ ଚିକିତ୍ସା

ଜୟପୁର: ଖଟରେ ପଡି ରହିଛନ୍ତି ଏନ୍ ପାର୍ବତୀ । ବୟସ ପାଖାପାଖି ୫୦ ହେବ । ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୬ମାସ ଧରି ସେ ଏମିତି ଖଟ ଉପରେ ଅସୁସ୍ଥ ଅବସ୍ଥାରେ ପଡିରହିଛନ୍ତି । ଧୁଡୁ ଧୁଡୁ ଚମ ସାଙ୍ଗକୁ ଶରୀରରେ କେବଳ ହାଡ ଦୁଇଟି ଲାଗିଛି । ପାଣି ଟୋପାଏ ଛାଡିଦେଲେ ପେଟକୁ ଆଉ କିଛି ଯାଉନି ।

ପରୀକ୍ଷର ପରେ ଜଣାପଡିଲା ପାର୍ବତୀଙ୍କୁ ମାଉଥ୍ କ୍ଯାନସର । ହେଲେ ଚିକିତ୍ସା ପାଇଁ ଅର୍ଥ ନାହିଁ । ଏହା ଭିତରେ ପୁଣି କରୋନା ଲକ୍ ଡାଉନ୍ ବୋଝ ଉପରେ ଲଳିତା ବିଡା ।  ତିନି ମାସ ହେଲା ସନ୍ତୁଳି ହେଉଛି ପାର୍ବତୀଙ୍କ ଜୀବନ । କିଛି ସାହାଯ୍ଯ ମିଳିଲେ ମାର ଚିକିତ୍ସା କରିବେ ବୋଲି କହିଛନ୍ତି ପୁଅ ନାଗରାଜୁ ।

cancerତେବେ ପାର୍ବତୀଙ୍କ ସ୍ବାମୀ ଦୀର୍ଘ ବର୍ଷ ତଳେ ପ୍ରାଣ ହରାଇ ସାରିଛନ୍ତି । ସ୍ବାମୀଙ୍କ ପରେ ଦିନ ମଜୁରିଆ ଭାବେ କାମ କରି ଦୁଇ ପୁଅଙ୍କୁ ମଣିଷ କରି ଆସୁଥିଲେ ପାର୍ବତୀ । ନା ପାଇଛନ୍ତି ବିଧବା ଭତ୍ତା, ନା ପାଇଛନ୍ତି ରାସନ୍ କାର୍ଡ । ଆଉ ଏବେ ରୋଗ ଶଯ୍ଯାରେ ବଞ୍ଚିବା ଆଶା ବି କ୍ଷିଣ । ଦୁଇ ପୁଅଙ୍କ ରୋଜଗାର ବି ସେତେ ନୁହେଁ, ତା ଉପରେ ଲକ୍ ଡାଉନ୍ ଯୋଗୁ ସବୁ ବନ୍ଦ ହୋଇ ପଡିଛି ।

rogiତିନି ପ୍ରାଣୀ ଚଳିବା ତା ସାଙ୍ଗକୁ ରୋଗାଣୀ ମାର ଚିକିତ୍ସା ଖର୍ଚ୍ଚ ଉଠାଇବା ସେମାନଙ୍କ ପାଇଁ ଖୁବ୍ କଷ୍ଟ ହୋଇପଡୁଥିବା କହିଛନ୍ତି ପଡୋଶୀ । ଏପଟେ ଘଟଣା ସମ୍ପର୍କରେ ଜାଣିବା ପରେ ସହାୟତାର ହାତ ବଢାଇଛି ଭଣ୍ଡାରୀ ସଙ୍ଘ । କରୋନା କଟକଣା ଭିତରେ ସନ୍ତୁଳି ହେଉଛି ପାର୍ବତୀଙ୍କ ଜୀବନ । ଏବେ ଆବଶ୍ଯକ ହୋଇପଡିଛି ସରକାରଙ୍କର ଟିକିଏ ସାହାଯ୍ଯ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.