ବିଜେପିର ବରିଷ୍ଠ ନେତା କନକବର୍ଦ୍ଧନ ସିଂହଦେଓଙ୍କ ନାଁରେ ଏତଲା: ବିଡିଓ ଭିକ୍ଟର ସୋରେଙ୍ଗଙ୍କୁ ଗାଳିଗୁଲଜ ନେଇ ଅଭିଯୋଗ
ପାଟଣାଗଡ଼(କେନ୍ୟୁଜ୍): କନକବର୍ଦ୍ଧନ ସିଂହଦେଓଙ୍କ ନାଁରେ ଏତଲା। ବିଜେପିର ବରିଷ୍ଠ ନେତା କନକବର୍ଦ୍ଧନ ସିଂଦେଓଙ୍କ ନାଁରେ ବେଲପଡା ଥାନାରେ ଏତଲା ଦେଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ। ବେଲପଡ଼ା ବିଡିଓ ଭିକ୍ଟର ସୋରେଙ୍ଗଙ୍କୁ ଗାଳିଗୁଲଜ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଭିକ୍ଟର ସୋରେଙ୍ଗ ଜଣେ ଆଦିବାସୀ ହୋଇଥିବାରୁ ତାଙ୍କୁ ସର୍ବସମ୍ମୁଖରେ ଗାଳିଗୁଲଜ କରିବା ଦ୍ୱାରା ଆଦିବାସୀଙ୍କ ମର୍ଯ୍ୟାଦା ହାନି ହେଉଥିବା ଅଭିଯୋଗ ଆଣିଛି ସଂଘ। କନକବର୍ଦ୍ଧନଙ୍କୁ ଆଟ୍ରୋସିଟି ଆକ୍ଟରେ ଗିରଫ କରିବାକୁ ଦାବି କରିଛି ଆଦିବାସୀ କଲ୍ୟାଣ ସଂଘ।