ରାୟଗଡା: ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ସିଡିଏମ୍ଓ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, ପୋଡିଗଲା ପୁରୁଣା ନଥିପତ୍ର

ରାୟଗଡା(କେନ୍ୟୁଜ୍): ଗତକାଲି ବିଳମ୍ବିତ ରାତିରେ ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ସିଡିଏମ୍ଓ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଛି । ଏହି କାର୍ଯ୍ୟାଳୟର ତଳ ମହଲାରେ ଏହି ସର୍ଟ ସର୍କିଟ ହୋଇଥିଲା । ସେଠାରେ ଥିବା କିଛି କର୍ମଚାରୀ ସିଡିଏମ୍ଓ କାର୍ଯ୍ୟାଳୟରେ ଧୁଆଁ ବାହାରିବା ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇବା ପରେ ତୁରନ୍ତ ଅଗ୍ନିଶମ କର୍ମଚାରୀ  ନିଆଁକୁ ଆୟତ କରିବା ପାଇଁ ଉଦ୍ୟମ କରିଥିଲେ । ତଳ ମହଳାରେ ଥିବା କତେକ ପୁରୁଣା ନଥିପତ୍ର ପୋଡି ଯାଇଥିବା ନେଇ ପ୍ରାଥମିକ ସୂତ୍ରରୁ ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.