ତମାଣ୍ଡୋ ସ୍ଥିତ ଏକ ଘରୋଇ କଲେଜରେ ଅଗ୍ନିକାଣ୍ଡ, ୩ ଆହତ

ଭୁବନେଶ୍ୱର ସ୍ଥିତ ତମାଣ୍ଡୋ ର ଏକ ଘରୋଇ କଲେଜରେ ଲାଗିଛି ନିଆଁ । କଲେଜର ୫ମ ମହଲାରେ ନିଆଁ ଲାଗିଥିଲା । ଦୀର୍ଘ ସମୟ ପରେ ନିଆଁକୁ ଆୟତ କଲା ଅଗ୍ନିଶମ ବାହିନୀ |

କେନ୍ୟୁଜ(ବ୍ୟୁରୋ) : ଭୁବନେଶ୍ୱର ସ୍ଥିତ ତମାଣ୍ଡୋ ର ଏକ ଘରୋଇ କଲେଜରେ ଲାଗିଛି ନିଆଁ । କଲେଜର ୫ମ ମହଲାରେ ନିଆଁ ଲାଗିଥିବା ଜଣାଯାଇଛି । କଲେଜରେ ପିଲାମାନେ ଫସି ରହିଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ  କରିବାକୁ ଚେଷ୍ଟା ଚଳାଇଥିଲେ।

ଦୀର୍ଘ ସମୟ ପରେ ନିଆଁକୁ ଆୟତ କଲା ଅଗ୍ନିଶମ ବାହିନୀ |ତମାଣ୍ଡୋ ଓ ଜଟଣୀର ଦୁଇଟି ଅଗ୍ନିଶମ ବାହିନୀ ନିୟୋଜିତ ଥିଲେ | ସାର୍ଟସାର୍କିତ ଦ୍ୱାରା ନିଆଁ ଲାଗିଥିଲା | ଏଥିରେ 3 ରୁ ଇର୍ଦ୍ଧ୍ୱ ଛାତ୍ର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ କଲେଜରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ନେଇ ଅଗ୍ନିଶମ ଅଧିକାରୀଙ୍କ ସୂଚନା | ଏହା ଉପରେ ସମ୍ପୂର୍ଣ୍ଣ ତଦନ୍ତ କରାଯାଇ ଆଇନ ଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅଗ୍ନିଶମ ଅଧିକାରୀ ଅବନୀ ସ୍ୱାଇଁ | ଛୋଟ ଛୋଟ ଛାତ୍ର ଛାତ୍ରୀଙ୍କୁ କାଚ କବାଟ ଭାଙ୍ଗି ଉଦ୍ଧାର କରାଯାଇଥିଲା | ସେପଟେ ନିଆଁ କଲେଜର ଷ୍ଟୋର ରୁମରେ ଲାଗିଛି କେବଳ କିଛି ଗଦି ତକିଆ ଜଳିଛି | ବାକି କୌଣସି ପ୍ରକାର କ୍ଷତି ହୋଇନାହିଁ ବୋଲି କହିଛନ୍ତି କଲେଜ ମାଲିକ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.