Below header

ଆମେରିକା: କେଣ୍ଟୁକି ସହରରେ ରେଳଧାରଣାରୁ ଓଲଟିଲା ଟ୍ରେନ୍‌, କେମିକାଲ୍‌ ଲିକ୍‌…; ରାଜ୍ୟରେ ଜରୁରୀ ପରିସ୍ଥିତି ଘୋଷଣା

ଆମେରିକାର କେଣ୍ଟୁକି ସହରରେ ଏକ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ଟ୍ରେନ୍ ଲାଇନ୍‌ଚ୍ୟୁତ ହୋଇ ଓଲଟି ପଡ଼ିବାରୁ ମାରାତ୍ମକ ରାସାୟନିକ ପଦାର୍ଥ ଲିକ୍ ହୋଇଛି। ସହରର ଗଭର୍ଣ୍ଣର ଆଣ୍ଡି ବେଶିୟର୍‌ ବୁଧବାର ଘଟିଥିବା ଏହି ଦୁର୍ଘଟଣା ପାଇଁ ସହରରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି।

ଏହି ଦୁର୍ଘଟଣାରେ ଟ୍ରେନର ୧୬ଟି ବଗି ଲାଇନ୍‌ଚ୍ୟୁତ ହୋଇଛି। ଟ୍ରେନର ଦୁଇଟି ବଗିରେ ତରଳ ସଲ୍‌ଫର ରଖାଯାଇଥିଲା, ଯେଉଁଥିପାଇଁ ଦୁର୍ଘଟଣା ସମୟରେ ନିଆଁ ଲାଗିଯାଇଥିଲା। ଆମେରିକାର ଏକ ନ୍ୟୁଜ୍ ଚ୍ୟାନେଲ ମୁତାବକ, ତରଳ ସଲ୍‌ଫରରେ ନିଆଁ ଲାଗିଲେ ସେଥିରୁ ସଲ୍‌ଫର ଡାଇଅକ୍ସାଇଡ୍ ନିର୍ଗତ ହୋଇଥାଏ।

ଅଧିକାରୀମାନେ ସ୍ଥାନୀୟ ଲୋକଙ୍କୁ ଘଟଣାସ୍ଥଳରୁ ଦୂରେଇ ରହିବାକୁ ନିବେଦନ କରିଛନ୍ତି। ଟ୍ରେନ୍ ପରିଚାଳନା କରୁଥିବା କମ୍ପାନୀ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ମିଶି ପରିସ୍ଥିତିକୁ ସ୍ୱାଭାବିକ କରିବାକୁ ଚେଷ୍ଟା କରୁଛି।

କମ୍ପାନୀ କହିଛି ଯେ ପରିସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ଆମେ ନିରନ୍ତର କାର୍ଯ୍ୟ କରୁଛୁ। ଏହି କାର୍ଯ୍ୟରେ ଆମେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସାହାଯ୍ୟ ନେଉଛୁ। ଆମେ ନାଗରିକଙ୍କ ସୁରକ୍ଷା ପାଇଁ ପ୍ରତିବଦ୍ଧ। ସ୍ଥାନୀୟ ରେଷ୍ଟୁରାଣ୍ଟରୁ ପ୍ରଭାବିତ ଅଞ୍ଚଳରେ ଖାଦ୍ୟ ଉପଲବ୍ଧ କରାଉଛୁ। କେଣ୍ଟୁକିର ଗଭର୍ଣ୍ଣର ‘ଏକ୍ସ’ରେ ଏକ ପୋଷ୍ଟରେ ଲେଖିଛନ୍ତି, ଆମେ ରାଜ୍ୟର ସମସ୍ତ ସମ୍ବଳ ଉପଯୋଗ କରି ଲୋକଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେଉଛୁ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.