ସୁପ୍ରିମ୍‌କୋର୍ଟଙ୍କ ପ୍ରଥମ ମହିଳା ବିଚାରପତି ଜଷ୍ଟିସ୍ ଫାତିମା ବିଭିଙ୍କ ଦେହାନ୍ତ, ୯୬ ବର୍ଷ ବୟସରେ ଆଖି ବୁଜିଲେ

ସୁପ୍ରିମକୋର୍ଟଙ୍କ ପ୍ରଥମ ମହିଳା ବିଚାରପତି ତଥା ତାମିଲନାଡୁର ପୂର୍ବତନ ରାଜ୍ୟପାଳ ଜଷ୍ଟିସ୍ ଫାତିମା ବିଭିଙ୍କର ଗୁରୁବାର ଦେହାନ୍ତ ହୋଇଛି। କେରଳର ଏକ ଘରୋଇ ଡାକ୍ତରଖାନାରେ ସେ ୯୬ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ସୁପ୍ରିମକୋର୍ଟଙ୍କ ପ୍ରଥମ ମହିଳା ବିଚାରପତି ତଥା ତାମିଲନାଡୁର ପୂର୍ବତନ ରାଜ୍ୟପାଳ ଜଷ୍ଟିସ୍ ଫାତିମା ବିଭିଙ୍କର ଗୁରୁବାର ଦେହାନ୍ତ ହୋଇଛି। କେରଳର ଏକ ଘରୋଇ ଡାକ୍ତରଖାନାରେ ସେ ୯୬ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ଭିନା ଜର୍ଜ ଜଷ୍ଟିସ୍‌ ବିଭିଙ୍କ ନିଧନରେ ଶୋକବ୍ୟକ୍ତ କରି କହିଛନ୍ତି ଯେ ସେ ସୁପ୍ରିମକୋର୍ଟଙ୍କ ପ୍ରଥମ ମହିଳା ବିଚାରପତି ତଥା ତାମିଲନାଡୁର ରାଜ୍ୟପାଳ ଭାବରେ ନିଜର ଛାପ ଛାଡ଼ି ଯାଇଛନ୍ତି।

ଏକ ବିବୃତ୍ତିରେ ଜର୍ଜ କହିଛନ୍ତି, ‘ସେ ଜଣେ ସାହସୀ ମହିଳା ଥିଲେ, ଯାହାଙ୍କ ନାମରେ ଅନେକ ରେକର୍ଡ ରହିଛି। ସେ ଏପରି ଜଣେ ବ୍ୟକ୍ତିତ୍ୱ ଥିଲେ, ଯିଏ ତାଙ୍କ ଜୀବନ ମାଧ୍ୟମରେ ଦର୍ଶାଇଥିଲେ ଯେ ଦୃଢ଼ ଇଚ୍ଛାଶକ୍ତି ଏବଂ ଲକ୍ଷ୍ୟ ବୁଝିବା ଦ୍ୱାରା କୌଣସି ବି ପ୍ରତିକୂଳ ପରିସ୍ଥିତିରୁ ମୁକ୍ତି ମିଳିପାରିବ’।

ଜଷ୍ଟିସ୍ ଫାତିମା ବିଭି କେରଳରେ ଜଣେ ଓକିଲ ଭାବରେ ନିଜର କ୍ୟାରିୟର୍ ଆରମ୍ଭ କରିଥିଲେ ଏବଂ ୧୯୭୪ ମସିହାରେ ଜିଲ୍ଲା ଓ ସେସନ୍ସ ଜଜ୍ ହେବା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ୧୯୮୦ରେ ସେ ଆୟକର ଆବେଦନ ନ୍ୟାୟାଧିକରଣରେ ସାମିଲ ହୋଇଥିଲେ। ପରେ ୧୯୮୩ରେ ସେ ସୁପ୍ରିମକୋର୍ଟଙ୍କ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ।

କେରଳର ପଣ୍ଡାଲମ ନିବାସୀ ଜଷ୍ଟିସ୍ ଫାତିମା ବିଭି ଥିରୁବନନ୍ତପୁରମ୍ ବିଶ୍ୱବିଦ୍ୟାଳୟ କଲେଜରୁ ବିଏସ୍‌ସି ଡିଗ୍ରୀ ହାସଲ କରିଥିଲେ। ଏହା ପୂର୍ବରୁ ସେ ପଥାନାମାଥିଟ୍ଟାର କ୍ୟାଥୋଲିକେଟ୍‌ ହାଇସ୍କୁଲରେ ନିଜର ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.