ଘଣ୍ଟାକରେ ୨୯ ଜଣଙ୍କୁ କାମୁଡିଲା ପାଗଳ କୁକୁର, ଆତଙ୍କିତ ଅଞ୍ଚଳବାସୀ

ଚେନ୍ନାଇର ରୋୟାପୁରମ୍ ଅଞ୍ଚଳରେ ଏକ ବୁଲା କୁକୁର ଆତଙ୍କ ସୃଷ୍ଟି କରିଛି । ବ୍ୟସ୍ତ GA ରୋଡ଼ରେ ଏକ ଘଣ୍ଟାରୁ ବି କମ ସମୟରେ ଏହି ବୁଲା କୁକୁରଟି ୨୯ ଜଣ ଲୋକଙ୍କୁ କାମୁଡ଼ିଛି  ଏବଂ ଏହା ପରେ ସ୍ଥାନୀୟ ଲୋକ କୁକୁରଟିକୁ ପିଟି ପିଟି ମାରିଦେଇଛନ୍ତି ।

କୁକୁର କାମୁଡ଼ିଥିବାର ଖବର ତ ଆପଣ ମାନେ ଅନେକ ଶୁଣିଥିବେ । କିନ୍ତୁ କଣ ଆପଣ କେବେ ଶୁଣିଛନ୍ତି ଗୋଟେ କୁକୁର ଏକ ଘଣ୍ଟାରୁ ବି କମ ସମୟରେ ୨୯ ଜଣ ବ୍ୟକ୍ତିଙ୍କୁ କାମୁଡିବାର ? ତେବେ ଏଭଳି ଏକ ଘଟଣା ଚେନ୍ନାଇର ରୋୟାପୁରମ୍ ଅଞ୍ଚଳରେ ଘଟିଛି । ଏକ ବୁଲା କୁକୁର ସେହି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ବ୍ୟସ୍ତ GA ରୋଡ଼ରେ ଏକ ଘଣ୍ଟାରୁ ବି କମ ସମୟରେ ଏହି ବୁଲା କୁକୁରଟି ୨୯ ଜଣ ଲୋକଙ୍କୁ କାମୁଡ଼ିଛି  ଏବଂ ଏହା ପରେ ସ୍ଥାନୀୟ ଲୋକ କୁକୁରଟିକୁ ପିଟି ପିଟି ମାରିଦେଇଛନ୍ତି ।

କିନ୍ତୁ ମାରିବା ପୂର୍ବରୁ ସ୍ଥାନୀୟ ଲୋକ ସନ୍ଦେହ କରିଥିଲେ ଏହା ଏକ ପାଗଳ କୁକୁର ବୋଲି । ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ କୁକୁରଟି ଉତ୍ତର ଚେନ୍ନାଇର ଏକ ରାସ୍ତାରେ ଦେଖିବାକୁ ମିଳିଥିଲା । ଏହାପରେ କୁକୁରଟି ହଠାତ ପଥଚାରୀଙ୍କ ଗୋଡ ଉପରେ ଆକ୍ରମଣ କରି କାମୁଡ଼ିବା ଆରମ୍ଭ କରିଦେଇଥିଲା । କିଛି ପୀଡିତ କହିଛନ୍ତି ଯେ, ସେ ଏହି କୁକୁରକୁ ହଟାଇବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ କିନ୍ତୁ ସେ ଛାଡ଼ିନଥିଲା । ଗ୍ରେଟର ଚେନ୍ନାଇ କର୍ପୋରେସନ କୁକୁରର ପୋଷ୍ଟମର୍ଟମ ପାଇଁ ତାର ଶରୀରକୁ ମାଡ୍ରାସ ଭେଟେରିନାରୀ କଲେଜ ପଠାଇଛନ୍ତି ।

GCC ଭେଟେରିନାରୀ ଅଫିସର ଡ଼କ୍ଟର କମଲ ହାସନ କହିଛନ୍ତି କୁକୁରଟି ରେବିଜର ସଂକ୍ରମିତ ହୋଇଥାଇପାରେ କାରଣ ସେ ବିନା କାରଣରେ ଆକ୍ରମଣ କରିଛି । ଏହି ପରୀକ୍ଷଣର ରିପୋର୍ଟ ଦୁଇ ଦିନରେ ଆସିଯିବ । ପୀଡିତଙ୍କ ମଧ୍ୟରୁ ୨୪ ଜଣଙ୍କର ତିନୋଟି ସ୍ତରର କାମୁଡ଼ା ଥିଲା, ଯାହାର ଅର୍ଥ ହେଉଛି କୁକୁରଠାରୁ ମଣିଷକୁ ଲାଳ ସ୍ଥାନାନ୍ତର ସହିତ ଗଭୀର ଭାବେ କାମୁଡିବା ଏବଂ ରକ୍ତସ୍ରାବ। ଆହତଙ୍କ ମଧ୍ୟରୁ ଦଶ ଜଣ ସ୍କୁଲ ପିଲା ଥିଲେ ।

ଏଥି ମଧ୍ୟରୁ କିଛି ବରିଷ୍ଠ ନାଗରିକ ମଧ୍ୟ ଥିଲେ କୁକୁର କାମୁଡିବା ପରେ ତଳେ ପଡ଼ିଯାଇ ସେମାନଙ୍କ ମୁଣ୍ଡକୁ ଆଘାତ ଲାଗିଥିଲା । ସମସ୍ତ ଆହତଙ୍କୁ ରାତିସାରା ନିକଟସ୍ଥ ସରକାରୀ ଷ୍ଟେନଲି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଷ୍ଟେନଲି ଜିଏଚର ମେଡ଼ିସିନ ବିଭାଗର ମୁଖ୍ୟ ଡ଼କ୍ଟର ଏସ୍ ଚନ୍ଦ୍ରଶେଖର କହିଛନ୍ତି ଯେ ସେମାନେ ସମସ୍ତ ପୀଡିତଙ୍କ ଗୋଡ଼କୁ ଧୋଇ ମସ୍ତିଷ୍କରେ ସଂକ୍ରମଣ ନହେବା ପାଇଁ ସେମାନଙ୍କୁ ଆଣ୍ଟି-ରେବୀଜ ଟୀକା ଦେଇଛନ୍ତି ।

ଏହାର ଆହୁରି ୪ଟି ଡୋଜ ପାଇଁ ସେମାନଙ୍କୁ ଆଉଥରେ ଆସିବାକୁ ପଡିବ । ଏହି ଘଟଣା ପରେ ଗ୍ରେଟର ଚେନ୍ନାଇ କର୍ପୋରେସନ ୬ଟି କୁକୁର ଛୁଆ ସମେତ ୩୨ଟି କୁକୁରକୁ ନେଇଯାଇଛି ​​ଏବଂ ସେମାନଙ୍କୁ ରେବିଜ ପାଇଁ ନଜରରେ ରଖିଛି । ପ୍ରାଣୀ ଚିକିତ୍ସା ବିଶେଷଜ୍ଞ କହିଛନ୍ତି ଯେ କୁକୁର କାମୁଡ଼ାରେ ପୀଡିତମାନେ ୧୨ ଘଣ୍ଟା ମଧ୍ୟରେ ଆଣ୍ଟି-ରେବିଜ୍ ଇମ୍ୟୁନୋଗ୍ଲୋବୁଲିନ୍ ସେରମ୍ ଏବଂ ଟିକା ପାଇବା ଉଚିତ୍ ।

ସେ ଆହୁରି ମଧ୍ୟ କହିଛନ୍ତି ସାଧାରଣତଃ ଏଭଳି ବୁଲା କୁକୁର ଗୋଷ୍ଠୀ ହୋଇ ରହିଥାନ୍ତି ଏବଂ କୌଣସି କ୍ଷତି ହେବାର ସମ୍ଭାବନା ଦେଖିଲେ ହି ଆକ୍ରମଣ କରନ୍ତି । କିନ୍ତୁ ଯଦି କୌଣସି କୁକୁର ଏକା ରହିଥାଏ ଏବଂ ବିନା କାରଣରେ କାହାକୁ କାମୁଡିଥାଏ ତେବେ ସେହି କୁକୁରର ରେବିଜ ହେବାର ସମ୍ଭାବନା ଅଧିକ ଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.