Below header

ଯାଜପୁରରୁ ନିଖୋଜ ଛାତ୍ର ମୁମ୍ବାଇରୁ ଠାବ, ହଷ୍ଟେଲରୁ ନିଖୋଜ ଥିଲେ

ଯାଜପୁର ନରସିଂହ ଚୌଧୁରୀ ମହାବିଦ୍ୟାଳୟର ନିଖୋଜ ଛାତ୍ର ମୁମ୍ବାଇରୁ ଠାବ। ଏ ନେଇ ପରିବାର ଲୋକେ ସୂଚନା ପାଇବା ପରେ ପୋଲିସ ସହାୟତାରେ ମୁମ୍ବାଇ ଯାଇଥିବା ଜଣାପଡିଛି।

ଯାଜପୁର ନରସିଂହ ଚୌଧୁରୀ ମହାବିଦ୍ୟାଳୟର ନିଖୋଜ ଛାତ୍ର ମୁମ୍ବାଇରୁ ଠାବ। ଏ ନେଇ ପରିବାର ଲୋକେ ସୂଚନା ପାଇବା ପରେ ପୋଲିସ ସହାୟତାରେ ମୁମ୍ବାଇ ଯାଇଥିବା ଜଣାପଡିଛି। ଗତ ୨୧ ତାରିଖରୁ ଯୁକ୍ତ ଦୁଇ ବାଣିଜ୍ୟ ପଢ଼ୁଥିବା ଛାତ୍ର ଚିରଂଜୀବ ସାହୁ ହଷ୍ଟେଲରୁ ନିଖୋଜ ହୋଇଯାଇଥିଲେ।

ଏ ସମ୍ପର୍କରେ ପରିବାର ଲୋକେ ଯାଜପୁର ଥାନାରେ ଅଭିଯୋଗ କରିଥିଲେ। ଘର ଲୋକଙ୍କ ସହିତ ଝଗଡା କରି ଭୁବନେଶ୍ୱର ଷ୍ଟେସନ ପଳାଇଥିଲେ ଚିରଞ୍ଜୀବ। ସେଠାରୁ ବାଲେଶ୍ବରର ଜଣେ ଯୁବକଙ୍କ ସହିତ ମୁମ୍ବାଇ ଯାଇଥିଲେ। ସମ୍ପୃକ୍ତ ଯୁବକ ଜଣକ ଏ ସମ୍ପର୍କରେ ଚିରଞ୍ଜୀବଙ୍କ ଘର ଲୋକଙ୍କୁ ଖବର ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.