Below header

ରୋଲ୍ସ ରୋଏସ୍, ବିଏମ୍‌ଡବ୍ଲୁ, ପୋର୍ଚେ, ଜାଗୁଆର୍‌…ସୁକେଶଙ୍କର ଏହି ୧୨ଟି ଦାମୀ ଗାଡ଼ି ହେବ ନିଲାମ

ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ନିକଟରୁ ଜବତ ହୋଇଥିବା ୧୨ଟି ବିଳାସପୂର୍ଣ୍ଣ କାର୍‌ ନିଲାମ ହେବ। ନଭେମ୍ବର ୨୮ରେ ବେଙ୍ଗାଲୁରୁରେ ଏହି କାର୍‌ଗୁଡ଼ିକୁ ନିଲାମ କରାଯିବ।

ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ନିକଟରୁ ଜବତ ହୋଇଥିବା ୧୨ଟି ବିଳାସପୂର୍ଣ୍ଣ କାର୍‌ ନିଲାମ ହେବ। ନଭେମ୍ବର ୨୮ରେ ବେଙ୍ଗାଲୁରୁରେ ଏହି କାର୍‌ଗୁଡ଼ିକୁ ନିଲାମ କରାଯିବ। ଏହି ନିଲାମୀ ମାଧ୍ୟମରେ ପ୍ରାପ୍ତ ରାଶିରୁ ତଦନ୍ତକାରୀ ଏଜେନ୍ସି ବିଭିନ୍ନ ସଂସ୍ଥାର ବକେୟା ରାଶି ଭରଣା କରିବ। ଏକ ଇଂରାଜୀ ଖବରକାଗଜରେ ପ୍ରକାଶିତ ରିପୋର୍ଟ ମୁତାବକ, ସୁକେଶଙ୍କ ଉପରେ ମୋଟ ବକେୟା ରାଶି ୩୦୦ କୋଟିରୁ ଅଧିକ ହୋଇଯାଇଛି, ଯାହାକୁ ସେ ବିଭିନ୍ନ ସଂସ୍ଥାରୁ ଋଣ ଆକାରରେ ନେଇଥିଲେ। କିନ୍ତୁ ଆଉ ଫେରାଇ ନ ଥିଲେ।

ସୁକେଶଙ୍କ ଆର୍ଥିକ କାରବାରର ଅନୁସନ୍ଧାନ କରୁଥିବା ଆୟକର ବିଭାଗର ଅଧିକାରୀମାନେ ଏହି ଗାଡ଼ିଗୁଡ଼ିକୁ ୨୦୧୮ରେ ତାମିଲନାଡୁ ଏବଂ କେରଳ ସମେତ ଦେଶର ବିଭିନ୍ନ ସ୍ଥାନରୁ ଜବତ କରିଥିଲେ। ବେଙ୍ଗାଲୁରୁରେ ନିଲାମ ହେବାକୁ ଥିବା ସୁକେଶଙ୍କ ଗାଡ଼ି ମଧ୍ୟରେ ୧୧ଟି ଚାରି ଚକିଆ ଯାନ ରହିଛି। ଗାଡ଼ିଗୁଡ଼ିକ ଭଲ ଅବସ୍ଥାରେ ଅଛି। ଏଥିରେ ରୋଲ୍ସ ରୋଏସ୍, ବିଏମଡବ୍ଲୁ ଏମ୍‌-୫, ପୋର୍ଚେ, ଜାଗୁଆର ଏକ୍ସକେଆର କୁପ୍‌, ଇନୋଭା କ୍ରିଷ୍ଟା, ନିସାନ ଟିନା, ଟୟୋଟା ଫର୍ଚୁନର, ବେଣ୍ଟଲି, ଲମ୍ବୋର୍ଗିନି ଏବଂ ଟୟୋଟା ପ୍ରଡୋ ଭଳି ହାଇ ଏଣ୍ଡ କାର୍‌ ରହିଛି।

ଏହା ବ୍ୟତୀତ ସୁକେଶଙ୍କ ‘ଡୁକାଟୀ ଡିୟାଭେଲ’ ବାଇକକୁ ମଧ୍ୟ ନିଲାମ କରାଯିବ। ନିଲାମୀ ପାଇଁ ଏହି ଗାଡ଼ିଗୁଡ଼ିକର ପ୍ରାରମ୍ଭିକ ମୂଲ୍ୟ ୨ ଲକ୍ଷରୁ ୨ କୋଟି ଟଙ୍କା ମଧ୍ୟରେ ରଖାଯାଇଛି। କହି ରଖୁଛୁ, ଦିଲ୍ଲୀର ଏକ କୋର୍ଟ ଚଳିତ ବର୍ଷ ଫେବୃଆରୀ ୧୪ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ୨୬ଟି ଗାଡ଼ି ନିଲାମ କରିବାକୁ ଅନୁମତି ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.