Below header

ରାଜ୍ଯର ବିଭିନ୍ନ ସ୍ଥାନରେ ଜଳୁଛି ଜଙ୍ଗଲ, ଶିମିଳିପାଳ ଅଭୟାରଣ୍ୟର ୧୩ଟି ସ୍ଥାନରେ ଲାଗିଛି ନିଆଁ

କେନ୍ଯୁଜ୍: ଶିମିଳିପାଳ ଅଭୟାରଣ୍ୟର ୧୩ଟି ସ୍ଥାନରେ ଲାଗିଛି ନିଆଁ । ଗତକାଲି ରାତି ଗୋଟାଏ ପରେ ଆସିଥିବା ସାଟେଲାଇଟ୍‌ ରିପୋର୍ଟ ଅନୁଯାୟୀ ୧୩ଟି ସ୍ଥାନରେ ନିଆଁ ଲାଗିଛି । ଜଶୀପୁର ଡେପୁଟି ଡାଇରେକ୍ଟର ଅଧିନରେ ଥିବା ୮ଟି ରେଞ୍ଜରୁ ୫ଟି ରେଞ୍ଜରେ ନିଆଁ ଲାଗିଛି । ଗନଅଣା, କେନ୍ଦୁମୁଣ୍ଡି ରେଞ୍ଜରେ ଦୁଇଟି ଲେଖାଏଁ ସ୍ଥାନରେ ନିଆଁ ଲାଗିଥିବା ବେଳେ ତାଳବନ୍ଧ, ଗୁଡଗୁଡିଆ, ବରେଇପାଣି ରେଞ୍ଜର ତିନିଟି ଲେଖାଏଁ ସ୍ଥାନରେ ନିଆଁ ଲାଗିଥିବା ଜଣାପଡ଼ିଛି ।

ନିଆଁର ଆଁରେ ତେଲକୋଇ ରେଞ୍ଜ ର ସଂରକ୍ଷିତ ଜଙ୍ଗଲ । କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ୍‌ କରମଙ୍ଗି ଗାଁ କଳାପାଟ ସଂରକ୍ଷିତ ଜଙ୍ଗଲରେ ଲାଗିଛି ନିଆଁ । ଗତ ୩ ଦିନ ଧରି ଜଳୁଛି ଜଙ୍ଗଲ । ବହୁ ମୂଲ୍ୟବାନ ଗଛ ଜଳିପୋଡ଼ି ନଷ୍ଟ ହୋଇଯାଉଛି । ନିଆଁ ଦାଉରୁ ରକ୍ଷା ପାଇବା ପାଇଁ ଗାଁ ମୁହାଁ ହେଉଛନ୍ତି ବନ୍ୟଜନ୍ତୁ । ଯାହାକୁ ନେଇ ଏବେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ସ୍ଥାନୀୟ ଲୋକେ । ସେପଟେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଫରେଷ୍ଟ ବିଟ୍‌ ଅଞ୍ଚଳ ଗୁଡ଼ିକରେ ଫାୟାର ସ୍କ୍ଵାର୍ଡ ନିଯୁକ୍ତ ହୋଇଥିଲେ ମଧ୍ୟ ନିଆଁକୁ ଆୟତ୍ତ କରିବାରେ ବିଫଳ ହୋଇଛି ବନବିଭାଗ ।

ବଲାଙ୍ଗିରରେ ଜଳୁଛି ଜଙ୍ଗଲ । ଏବେ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିବା ଦେଖିବାକୁ ମିଲିଛି । ପାଟଣା ଗଡ ନିକଟ ଜଙ୍ଗଲ , ଗନ୍ଧମାର୍ଦନ ଜଙ୍ଗଲ ଏହା ସହିତ ମଠଖାଇ ଜଙ୍ଗଲରେ ବି ନିଆଁ ଲାଗିଛି । ବଲାଙ୍ଗିର ବନ ବିଭାଗ କର୍ମଚାରୀ ମାନେ ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଛନ୍ତି । ବିଷେଶ କରି ପ୍ରତି ବର୍ଷ ଏହି ସମୟରେ ଜଙ୍ଗଲ ରେ ନିଆଁ ଲାଗିଥାଏ । ମହୁଲ ଫୁଲ ସଂଗ୍ରହ କରିବା ପାଇଁ କିଛି ଲୋକ ଏପରି କରୁଥିବା ବନ ବିଭାଗ କହୁଛି ।

forestକୋରାପୁଟ ଜିଲ୍ଲା କୋଟିଆର ଗଦା ପାହାଡରେ ଲାଗିଛି ନିଆଁ । ଜଳିଯାଉଛି ଛୋଟରୁ ବଡ ଗଛ । ଏହାଦ୍ୱାରା ଜଙ୍ଗଲ ସମ୍ପଦ ନଷ୍ଟ ହେବା ସହ ଜୀବଜନ୍ତୁ ପ୍ରତି ବିପଦ ସୃଷ୍ଟି ହୋଇଛି । ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପଡ଼ୁଛି । ତେବେ ଜଙ୍ଗଲ ବିଭାଗ ପକ୍ଷରୁ ଏବେଠାରୁ ସଚେତନ ରହି ପୋଡୁ ଚାଷକୁ ରୋକିବାର ଆବଶ୍ୟକତା ରହିଛି । ପୋଡୁଚାଷ ଯୋଗୁଁ ସଂରକ୍ଷିତ ଜଙ୍ଗଲ ଧ୍ୱଂସ ହେବାରେ ଲାଗିଛି । ଯାହାଫଳରେ ଗତ କିଛି ବର୍ଷ ହେଲା କୋରାପୁଟରେ କ୍ରମଶଃ ତାପମାତ୍ରା ପରିମାଣ ବଢ଼ିବାରେ ଲାଗିଛି ।

forestଢେଙ୍କାନାଳ ଜିଲ୍ଲା ମହାବିରୋଡ ରେଞ୍ଜ ସୁନ୍ଦରିମୁଣ୍ଡା, ବାରିହାପୁର ଓ ଡିହଡୋଳ ଜଙ୍ଗଲରେ ନିଆଁ ଲାଗିଛି। ପୂର୍ବରୁ ଭୁବନର କୁମୁରସିଙ୍ଗା ଜଙ୍ଗଲ, ଗଁନ୍ଦିଆର ବରପଦା, କପିଳାସ ଓ ଢେଙ୍କାନାଳର ପାଣିଓହଳା ଜଙ୍ଗଲରେ ନିଆଁ ଲାଗିଥିଲା। ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା ବିଭିନ୍ନ ବନଜାତ ଦ୍ରବ୍ୟ ନଷ୍ଟ ହେବା ସହ ଓ ବନ୍ୟଜନ୍ତୁ ବିପଦରେ ପଡୁଛନ୍ତି । ତେବେ ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛି ବନବିଭାଗ । ଅଧିକ ଲୋକଙ୍କୁ ନିଯୁକ୍ତି କରାଯାଇଛି ଓ ସାଟେଲାଇଟ ମାଧ୍ୟମରେ ଚିତ୍ର ଉତ୍ତୋଳନ କରାଯାଇ ନିଆଁ ଲାଗିଥିବା ସ୍ଥାନ ଚିହ୍ନଟ କରାଯାଇଛି । ଚଳିତ ବର୍ଷ ୫୦୦ରୁ ଉର୍ଦ୍ଧ ସ୍ଥାନରେ ଜଙ୍ଗଲରେ ନିଆଁ ଲାଗିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.