ନବରଙ୍ଗପୁର: ୧୬ଘଣ୍ଟା ପରେ ଆୟତ ହେଲା ଲୁଗା ଦୋକାନରେ ଲାଗିଥିବା ନିଆଁ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

ନବରଙ୍ଗପୁର: ୧୬ଘଣ୍ଟା ପରେ ଆୟତ ହେଲା ନିଆଁ। ୬ଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ଗତକାଲି ଅପରାହ୍ନରେ ନବରଙ୍ଗପୁରରେ ଥିବା ଏକ ଲୁଗା ଦୋକାନର ତୃତୀୟ ମହଲାରେ ନିଆଁ ଲାଗିଯାଇଥିଲା।

ନିଆଁର ଭୟାବହତା ଏତେ ଥିଲା ଯେ, ଚାହୁଁ ଚାହୁଁ ଦୋକାନରେ ଥିବା କପଡା ସବୁ ଜଳିଯାଇଥିଲା। ସହର ମଧ୍ୟଭାଗରେ ଲୁଗା ଦୋକାନ ଥିବାରୁ ଘଟଣାସ୍ଥଳରେ ପ୍ରବଳ ଭିଡ ହୋଇଥିଲା। ନବରଙ୍ଗପୁର ଜିଲ୍ଲାପାଳ ଓ ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ଭିଡ ନିୟନ୍ତ୍ରଣ କରିଥିଲେ। ତେବେ ଲୁଗା ଦୋକାନକୁ ଲାଗି ରହିଥିବା ସୁନା ଦୋକାନ ଓ ଷ୍ଟେଟ ବ୍ୟାଙ୍କର ଏକ ଏଟିଏମ୍‌ ର କୌଣସି କ୍ଷତି ହୋଇନାହିଁ। କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଜଳି ଯାଇଥିବା ଦୋକାନ ମାଲିକ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.