ଆତ୍ମହତ୍ୟା ଉଦ୍ୟମ କରୁଥିବା ଯୁବକଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବିଭାଗ

ନାକେଦମ କଲେ ମାନସିକ ବିକାରଗ୍ରସ୍ତ ଯୁବକ । ୨ମହଲା କୋଠାରୁ ଡେଇଁ କରୁଥିଲେ ଆତ୍ମହତ୍ୟା ଉଦ୍ୟମ । ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କୋଠାରେ ଚଢି ଯୁବକ ଜଣକ ଆତ୍ମହତ୍ୟା ଉଦ୍ୟମ କରୁଥିଲେ । ପ୍ରାୟ ୩ଘଣ୍ଟାର ଉଦ୍ୟମ ପରେ ଅଗ୍ନିଶମ ବିଭାଗ ଯୁବକଙ୍କୁ ଉଦ୍ଧାର କରିଛି ।

ନବରଙ୍ଗପୁର(କେନ୍ୟୁଜ) :  ନାକେଦମ କଲେ ମାନସିକ ବିକାରଗ୍ରସ୍ତ ଯୁବକ । ୨ମହଲା କୋଠାରୁ ଡେଇଁ କରୁଥିଲେ ଆତ୍ମହତ୍ୟା ଉଦ୍ୟମ । ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କୋଠାରେ ଚଢି ଯୁବକ ଜଣକ ଆତ୍ମହତ୍ୟା ଉଦ୍ୟମ କରୁଥିଲେ । ପ୍ରାୟ ୩ଘଣ୍ଟାର ଉଦ୍ୟମ ପରେ ଅଗ୍ନିଶମ ବିଭାଗ ଯୁବକଙ୍କୁ ଉଦ୍ଧାର କରିଛି । ଯୁବକ ଜଣକ ହେଲେ ଖୁଣ୍ଟିଆ ଗାଁର ଶ୍ୟାମ ହରିଜନ ।

ଉଦ୍ଧାର ପରେ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କ ବେକରେ କଟା ଚିହ୍ନ ଦେଖିବାକୁ ମିଳିଥିଲା । ପ୍ରଥମେ ବ୍ଲେଡରେ ନିଜ ଗଳା ଓ ଦେହକୁ କାଟି କ୍ଷତବିକ୍ଷତ କରିଥିଲେ ଯୁବକ । ପରେ କୋଠାରେ ଚଢି ଡେଇଁବାକୁ ଉଦ୍ୟମ କରିଥିଲେ । ମେଡିକାଲ କର୍ମଚାରୀ ବୁଝସୁଝା କରି ନାକେଦମ ହୋଇଯାଇଥିଲେ । ପରେ ଅଗ୍ନିଶମ ବିଭାଗ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.