ଜୟପୁର ଦୈନିକ ବଜାରରେ ଭୟାବହ ଅଗ୍ନିକାଣ୍ଡ, ନିଆଁର ଆଁରେ ୩୦ରୁ ଅଧିକ ଦୋକାନ ଘର
ଜୟପୁର(କେନ୍ୟୁଜ୍): ଜୟପୁର ଦୈନିକ ବଜାରରେ ଅଗ୍ନିକାଣ୍ଡ। ନିଆଁଲାଗି ୩୦ରୁ ଅଧିକ ଦୋକାନ ଘର ପୋଡ଼ି ଯାଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ପରିବା ଓ ଅନ୍ୟାନ୍ୟ ।ସମଗ୍ରୀ ପୋଡି ପାଉଁଶ ହୋଇଯାଇଛି। ଏହି ଦୈନିକ ବଜାରରେ ୧୨୦ଟି ଦୋକାନ ଘର ଥିବା ଜଣାଯାଇଛି।
ନିଆଁ ମାର୍କେଟର ମଝି ଅଞ୍ଚଳରେ ପ୍ରଥମେ ଲାଗିବା ଫଳରେ ଏହା ଚାରିଆଡ଼କୁ ବ୍ୟାପିଯାଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ ବି ସେତେବେଳକୁ ବହୁ ଦୋକାନ ଘର ଜଳିଯାଇସାରିଥିଲା।