ଭାରତର ସବୁଠାରୁ ଡେଙ୍ଗା ୮ଫୁଟ ୧ ଇଞ୍ଚର ବ୍ୟକ୍ତି ସମାଜବାଦୀ ପାର୍ଟିରେ ଦେଲେ ଯୋଗ

କେନ୍ୟୁଜ୍(ବ୍ୟୁରୋ): ଭାରତର ସବୁଠାରୁ ଡେଙ୍ଗା ବ୍ୟକ୍ତି ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି । ଉତ୍ତରପ୍ରଦେଶ ପ୍ରତାପଗଡ଼ବାସିନ୍ଦା ହେଉଛନ୍ତି ଧର୍ମେନ୍ଦ୍ର ପ୍ରତାପ ସିଂ । ତାଙ୍କର ଉଚ୍ଚତା ହେଉଛି ୮ଫୁଟ ୧ ଇଞ୍ଚ । ଅଖିଳେଶ ଯାଦବଙ୍କ ନେତୃତ୍ୱକୁ ଭରସା କରି ସେ ଦଳରେ ସାମିଲ ହୋଇଛନ୍ତି । ଉତ୍ତରପ୍ରଦେଶ ନିର୍ବାଚନକୁ ନେଇ ସମସ୍ତ ପାର୍ଟି ସେମାନଙ୍କ ଦଳକୁ ବିସ୍ତାର କରି ଚାଲିଛନ୍ତି ।

ଏଥିରେ ସମାଜବାଦୀ ପାର୍ଟି ଦେଶର ସବୁଠୁ ଲମ୍ବା ବ୍ୟକ୍ତିଙ୍କୁ ଦଳରେ ମିଶାଇଛି । ସମାଜବାଦୀ ପାର୍ଟିର ବିଭିନ୍ନ ଯୋଜନା ଧର୍ମେନ୍ଦ୍ର ପ୍ରତାପ ସିଂଙ୍କୁ ଆକୃଷ୍ଟ କରିଥିବା ସେ କହିଛନ୍ତି । ଲମ୍ବା ବ୍ୟକ୍ତି ଯୋଗୁଁ ସେ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.