ପୁଣି ଅଘଟଣ: କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ

ଚଳନ୍ତା ଟ୍ରେନରେ ନିଆଁ। ଜଳିଗଲା କୋଇଲା ବୋଝେଇ ଟ୍ରେନ୍। କଣ୍ଟାବାଞ୍ଜି ତୁରେଇକେଲା ନିକଟରେ ଏହି ଅଘଟଣ ଘଟିଛି। ଟ୍ରେନଟି ରାୟପୁରରୁ ବିଶାଖାପାଟଣା ଯିବା ସମୟରେ ଅଗ୍ନିକାଣ୍ଡ ଘଟିଛି। ତୁରେଇକେଲା ନିକଟରେ ଗୋଟିଏ ବଗିରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା।

କଣ୍ଟାବାଞ୍ଜି (କେନ୍ୟୁଜ): ଚଳନ୍ତା ଟ୍ରେନରେ ନିଆଁ। ଜଳିଗଲା କୋଇଲା ବୋଝେଇ ଟ୍ରେନ୍। କଣ୍ଟାବାଞ୍ଜି ତୁରେଇକେଲା ନିକଟରେ ଏହି ଅଘଟଣ ଘଟିଛି। ଟ୍ରେନଟି ରାୟପୁରରୁ ବିଶାଖାପାଟଣା ଯିବା ସମୟରେ ଅଗ୍ନିକାଣ୍ଡ ଘଟିଛି। ତୁରେଇକେଲା ନିକଟରେ ଗୋଟିଏ ବଗିରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା।

ଟ୍ରେନଟି କଣ୍ଟାବାଞ୍ଜି ଷ୍ଟେସନ ପହଞ୍ଚିବା ପରେ ଅଗ୍ନିଶମ ବିଭାଗ ତୁରନ୍ତ ନିଆଁକୁ ଆୟତ୍ତ କରିବା ନେଇ ଚେଷ୍ଟା ଜାରି ରଖିଛନ୍ତି । ଟ୍ରେନ ବଗିରେ କୋଇଲା ଥିବା ବେଳେ ଗୋଟିଏ ବଗିରେ ନିଆଁ ଲାଗିଛି। ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। ଏ ସମ୍ପର୍କରେ ରେଲୱେ ଅଧିକାରୀ କିମ୍ବା ଅଗ୍ନିଶମ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Leave A Reply

Your email address will not be published.