ଭାରତ ଆସୁଥିବା ଇସ୍ରାଏଲ ଜାହାଜକୁ ହେଲିକପ୍ଟରରେ ଆସି ଅପହରଣ କଲେ ହଉତୀ ବିଦ୍ରୋହୀ, ଜାରି କଲେ ଭିଡିଓ

ତୁର୍କୀରୁ ଭାରତ ଅଭିମୁଖେ ଆସୁଥିବା ଏକ ଜାହାଜକୁ ୟେମେନର ହଉତୀ ବିଦ୍ରୋହୀମାନେ ଅପହରଣ କରିନେଇଛନ୍ତି । ୟେମେନର ହଉତୀ ବିଦ୍ରୋହୀମାନେ ହେଲିକପ୍ଟରରେ ଆସି ଜାହାଜରେ ଓହ୍ଲାଇଥିଲେ । ଏହାପରେ ମାଲବାହୀ ଜାହାଜକୁ ଅପହରଣ କରିନେଇଛନ୍ତି । ବିଦ୍ରୋହୀମାନେ ଜାହାଜରେ ଥିବା ୨୫ ଜଣ ସଦସ୍ୟଙ୍କୁ ବନ୍ଧକ ମଧ୍ୟ କରିନେଇଛନ୍ତି ।

ତୁର୍କୀରୁ ଭାରତ ଅଭିମୁଖେ ଆସୁଥିବା ଏକ ଜାହାଜକୁ ୟେମେନର ହଉତୀ ବିଦ୍ରୋହୀମାନେ ଅପହରଣ କରିନେଇଛନ୍ତି ।  ଏ ନେଇ ଏକ ଭିଡିଓ ଜାରି କରାଯାଇଛି । ହମାସ ବିରୋଧରେ ଯୁଦ୍ଧକୁ ନେଇ ହଉତୀ ବିଦ୍ରୋହୀମାନେ ଇସ୍ରାଏଲ ଜାହାଜ ଉପରେ ଟାର୍ଗେଟ କରିଥିଲେ । ଏହାର ଏକ ଭିଡିଓ ଭାଇରଲ ହେଉଛି ।

ସୂଚନା ମୁତାବକ, ତୁର୍କୀରୁ ଭାରତ ଅଭିମୁଖେ ଆସୁଥିବା ଏକ ଜାହାଜରେ ୟେମେନର ହଉତୀ ବିଦ୍ରୋହୀମାନେ ହେଲିକପ୍ଟରରେ ଆସି ଜାହାଜରେ ଓହ୍ଲାଇଥିଲେ । ଏହାପରେ ମାଲବାହୀ ଜାହାଜକୁ ଅପହରଣ କରିନେଇଛନ୍ତି । ବିଦ୍ରୋହୀମାନେ ଜାହାଜରେ ଥିବା ୨୫ ଜଣ ସଦସ୍ୟଙ୍କୁ ବନ୍ଧକ ମଧ୍ୟ କରିନେଇଛନ୍ତି । ବିଦ୍ରୋହୀମାନେ ଏକ ପୁରୁଣା ଋଷୀୟ ଏମଆଇ-୧୭ ହେଲିକପ୍ଟରରୁ ମାଲବାହୀ ଜାହାଜ ଉପରେ ଓହ୍ଲାଉଥିବା ଭିଡିଓରେ ଦେଖାଯାଇଥିଲା ।

ଭିଡିଓରେ ଦେଖିବାକୁ ମିଳିଛି, ବିଦ୍ରୋହୀମାନେ ପ୍ରଥମେ ଜାହାଜର ଚାଳକ ଦଳଙ୍କୁ ନିଜ ହେପାଜତକୁ ନେଇଯାଇଥିଲେ ଓ ତା’ପରେ ପୂରା ଜାହାଜକୁ କବଜା କରିନେଇଥିଲେ । ଏହି ସମୟରେ ବିଦ୍ରୋହୀମାନେ ଇସ୍ରାଏଲ ବିରୋଧରେ ନାରା ନେଇଥିଲେ । ଭିଡିଓରେ ଦେଖାଯାଇଥିବା କ୍ରୁଙ୍କର କିଛି ସଦସ୍ୟ ହାତ ଉପରକୁ ଉଠାଇଥିବା ନଜର ଆସିଛନ୍ତି । ଅନ୍ୟ ବିଦ୍ରୋହୀମାନେ ଜାହାଜରେ ଗୁଳି ଚଳାଇ ପଳାଇଥିବାର ନଜର ଆସିଛନ୍ତି ।

ଇସ୍ରାଏଲ ଏହି ଅପହରଣକୁ ନେଇ ନିନ୍ଦା କରିଛି । ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାହୁଙ୍କ କାର୍ଯ୍ୟାଳୟରୁ ଏକ୍ସ ଜରିଆରେ ଏକ ପୋଷ୍ଟ କରି କୁହାଯାଇଛି, ଇସ୍ରାଏଲର ଏକ ଅନ୍ତର୍ରାଷ୍ଟ୍ରୀୟ ଜାହାଜକୁ ଅପହରଣ କରିବା ମାମଲାକୁ କଡ଼ା ନିନ୍ଦା କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.