ନୂଆ ଉପବାଚସ୍ପତି ହେଲେ ସାଲୁଗା ପ୍ରଧାନ, ନିର୍ଦ୍ୱନ୍ଦରେ ହେଲେ ନିର୍ବାଚିତ

ବିଧାନସଭାର ନୂଆ ଉପବାଚସ୍ପତି ହେଲେ ସାଲୁଗା ପ୍ରଧାନ । ନିର୍ଦ୍ବନ୍ଦ୍ବରେ ସେ ନିର୍ବାଚିତ ହୋଇଛନ୍ତି । ଏକମାତ୍ର ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିଥିବାରୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ସାଲୁଗା ପ୍ରଧାନ ।

ଭୁବନେଶ୍ୱର (କେନ୍ୟୁଜ): ବିଧାନସଭାର ନୂଆ ଉପବାଚସ୍ପତି ହେଲେ ସାଲୁଗା ପ୍ରଧାନ । ନିର୍ଦ୍ବନ୍ଦ୍ବରେ ସେ ନିର୍ବାଚିତ ହୋଇଛନ୍ତି । ଏକମାତ୍ର ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିଥିବାରୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ସାଲୁଗା ପ୍ରଧାନ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋସନ୍ ଆଣିବା ପରେ ଉଭୟ ବିରୋଧୀଦଳ ପକ୍ଷରୁ ସମର୍ଥନ ଜଣାଯାଇଥିଲା । ବିଜେପିରୁ ମୋହନ ଚରଣ ମାଝୀ ଓ କଂଗ୍ରେସରୁ ଦାଶରଥୀ ଗମାଙ୍ଗ ସମର୍ଥନ ଜଣାଇବା ସହ ଧନ୍ୟବାଦ ଜ୍ଞାପନ କରିଛନ୍ତି। ନୂଆ ଉପବାଚସ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ । ସେହିଭଳି ଉପବାଚସ୍ପତି ଭାବେ ନିର୍ବାଚିତ କରିଥିବାରୁ ସମସ୍ତ ବିରୋଧୀ ଓ ଶାସକ ଦଳର ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ସାଲୁଗା ପ୍ରଧାନ ।

ଗତକାଲି ଉପବାଚସ୍ପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ ସାଲୁଗା ପ୍ରଧାନ । ନିଦ୍ୱନ୍ଦ୍ୱରେ ଉପବାଚସ୍ପତିଙ୍କୁ ନିର୍ବାଚିତ କରିଥିବାରୁ ଗୃହର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଦୟଗିରିରୁ ଦୁଇ ଥର ବିଧାୟକ ସାଲୁଗା ପ୍ରଧାନ । ୨୦୦୦ ମସିହାରେ ପ୍ରଥମେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୯ରେ ଦ୍ବିତୀୟ ଥର ନିର୍ବାଚିତ ହୋଇ ଆସିଛନ୍ତି ବିଧାନସଭା ।ବିଧାନସଭାର ମଧ୍ୟ ଅଭିଜ୍ଞତା ରହିଛି । ବର୍ତ୍ତମାନ ପୁଣି ସେ ଉପବାଚସ୍ପତି ଭାବେ ନିଯୁକ୍ତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.