Below header

ପ୍ରଥମ ଥର ସାମ୍ନାକୁ ଆସିଲା ଟନେଲ ତଳେ ଫସିଥିବା ୪୧ ଜଣ ଶ୍ରମିକଙ୍କ ସିସିଟିଭି ଫୁଟେଜ

"ଆମକୁ ତୁରନ୍ତ ଉଦ୍ଧାର କର, ଏଠି ଆମ ଅବସ୍ଥା ଭଲ ନାହିଁ । ଯେମିତି ବି ହେଉ ଯଥାଶୀଘ୍ର ଆମକୁ ବାହାରକୁ ଆଣନ୍ତୁ ।" ଉତ୍ତରକାଶୀରେ ୧୦ ଦିନ ହବ ଟନେଲ ତଳେ ଫସି ରହିଥିବା ଶ୍ରମିକ ମାନେ ଏଭଳି କାନ୍ଦି କାନ୍ଦି ରେସ୍କ୍ୟୁ ଟିମକୁ ଅନୁରୋଧ କରିଛନ୍ତି ।

ପ୍ରଥମ ଥର ସାମ୍ନାକୁ ଆସିଛି ଟନେଲ ତଳେ ଫସିଥିବା ୪୧ ଶ୍ରମିକଙ୍କ ଚିତ୍ର । ଏହି ସିସିଟିଭି ଫୁଟେଜ ଏବେ ସାମ୍ନାକୁ ଆସିଛି ଯେଉଁଥିରେ ଦେଖାଯାଇଛି ଶ୍ରମିକଙ୍କ ମୁହଁ । ୱାକି ଟକିରେ ଶ୍ରମିକଙ୍କ ସହ କଥା ହୋଇଛନ୍ତି ଉଦ୍ଧାରକାରୀ ଟିମ ଏବଂ ଶ୍ରମିକଙ୍କର ମନୋବଳ ବଢ଼ାଇଛନ୍ତି । ଏହି ସମୟରେ ତୁରନ୍ତ ବାହାରକୁ ଆଣିବା ପାଇଁ ଆକୁଳ ନିବେଦନ କରିଛନ୍ତି ୪୧ ଜଣ ଶ୍ରମିକ । “ଆମକୁ ତୁରନ୍ତ ଉଦ୍ଧାର କର, ଏଠି ଆମ ଅବସ୍ଥା ଭଲ ନାହିଁ । ଯେମିତି ବି ହେଉ ଯଥାଶୀଘ୍ର ଆମକୁ ବାହାରକୁ ଆଣନ୍ତୁ ।” ଉତ୍ତରକାଶୀରେ ୧୦ ଦିନ ହବ ଟନେଲ ତଳେ ଫସି ରହିଥିବା ଶ୍ରମିକ ମାନେ ଏଭଳି କାନ୍ଦି କାନ୍ଦି ରେସ୍କ୍ୟୁ ଟିମକୁ ଅନୁରୋଧ କରିଛନ୍ତି ।

ଗତକାଲି ସେମାନଙ୍କ ପାଖରେ ୬ ଇଞ୍ଚର ଏକ ପାଇପ ସହ ଇଣ୍ଡୋସ୍କୋପିକ ଫ୍ଲେକ୍ସି କ୍ୟାମେରା ମଧ୍ୟ ପହଞ୍ଚିଛି । ଯାହାଦ୍ୱାରା ସେମାନେ କେମିତି ଅଛନ୍ତି ତାର ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରଥମ ଥର ପାଇଁ ଟନେଲ ଭିତରକୁ ରନ୍ଧା ଖାଦ୍ୟ ପଠାଯାଇଛି । ଗତକାଲି ରାତିରେ ପାଇପ ଜରିଆରେ ଶ୍ରମିକ ମାନଙ୍କ ପାଖକୁ ବୋତଲରେ ଖେଚୁଡ଼ି,ଡାଲି ଏବଂ ପାଣି ପଠାଯାଇଛି ।

କୁକ୍ ରବି ରୟ କହିଛନ୍ତି ଯେ ଜଣେ ବ୍ୟକ୍ତିଙ୍କ ପାଇଁ ୭୫୦ ଗ୍ରାମ ଖାଦ୍ୟ ପ୍ରସ୍ତୁତ କରାଯାଇଛି । ଖେଚୁଡ଼ି ଓ ଡାଲି ସହ ଶ୍ରମିକମାନଙ୍କ ପାଖକୁ କମଳା, ସେଉ ଏବଂ ଲେମ୍ବୁ ରସ ମଧ୍ୟ ଦିଆଯାଇଛି । ଆଜି ଅନ୍ୟାନ୍ୟ ଖାଦ୍ୟ ପଦାର୍ଥ, ମୋବାଇଲ ଏବଂ ଚାର୍ଜର ପଠାଇବାକୁ ଉଦ୍ୟମ ଜାରି ରହିଛି । ଏହା ସହ ୱାଇ ଫାଇ କନେକ୍ସନ ପାଇଁ ମଧ୍ୟ ଉଦ୍ୟମ କରୁଛି ରେସ୍କ୍ୟୁ ଟିମ । ଉଦ୍ଧାର କାର୍ଯ୍ୟ ପାଇଁ DRDOର ରୋବର୍ଟ ମଧ୍ୟ ଲାଗିଛି ।

ଟନେଲ ଭିତରେ ଫସିରହିବାର ୧୦ ଦିନ ହେଲାଣି ତଥାପି ସରୁନି କାମ । ସୁଡ଼ଙ୍ଗରେ ଅଗର ମେସିନ ଦ୍ୱାରା ଚାଲିଥିବା ଡ୍ରିଲିଂ କାମ ଏବେ ବନ୍ଦ ରହିଛି । ସୁରକ୍ଷିତ ରେସ୍କ୍ୟୁରେ ଲାଗିଛନ୍ତି ବିଭିନ୍ନ ସଂସ୍ଥା ସହ ଅନ୍ତର୍ଜାତୀୟ ଟନେଲ ଏକ୍ସପର୍ଟ । ବର୍ତ୍ତମାନ ଏହି ସୁଡ଼ଙ୍ଗ ଭିତରକୁ ଯିବା ପାଇଁ ଏକ ପୃଥକ ସୁଡ଼ଙ୍ଗ ତିଆରି କରାଯାଉଛି । ଏବେ ୫ ସୂତ୍ରୀ ଯୋଜନାରେ ଏହି ରେସ୍କ୍ୟୁ ଅପରେସନ ଚାଲିଛି ।

ଅନ୍ୟପକ୍ଷରେ ଉଦ୍ଧାର କାର୍ଯ୍ୟ ପାଇଁ NDRF, SDRF ସମେତ ଅନ୍ୟ ସମସ୍ତ ଏଜେନ୍ସି କଠୋର ଉଦ୍ୟମ କରୁଛନ୍ତି । ଶ୍ରମିକମାନଙ୍କୁ ଟନେଲରୁ ବାହାର କରିବା ପାଇଁ ବର୍ତ୍ତମାନ ସମସ୍ତ ବିକଳ୍ପରେ ଏକାସାଙ୍ଗରେ କାମ କରାଯାଉଛି । ସୋମବାର ବିଦେଶରୁ ଆସିଥିବା ଏକ ଟନେଲ ଏକ୍ସପର୍ଟ ମଧ୍ୟ ଏଠାରେ ପହଞ୍ଚିଥିଲେ । ଏଥିସହିତ ଟନେଲ ଉପରର ପାହାଡର ଉପର ଭାଗରେ ଭୂଲମ୍ବ ଡ୍ରିଲିଂ ମାଧ୍ୟମରେ ଏକ ରାସ୍ତା ତିଆରି କରିବାକୁ ଚେଷ୍ଟା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.