ଗଞ୍ଜେଇ ଚାଲାଣ ନେଇ କାର୍ଯ୍ୟାନୁଷ୍ଠାନ ବେଳେ ବନ୍ଧୁକ ଓ ଗୁଳି ଜବତ, ବୌଦ୍ଧରୁ ଆଣି ଝାରସୁଗୁଡାରେ ବିକ୍ରି କରୁଥିଲା ଅଭିଯୁକ୍ତ
ଝାରସୁଗୁଡା ଥାନା ପୁରୁଣାବସ୍ତି ଲୁହୁରାପଡା ଅଞ୍ଚଳରେ ଜବତ ହେଲା ବନ୍ଧୁକ ଓ ଗୁଳି। ବେଆଇନ ନିଶା କାରବାର ନେଇ ଖବର ମିଳିବା ପରେ ଚଢଉ କରିଥିଲା ଝାରସୁଗୁଡ଼ା ପୋଲିସ ଓ ଅବକାରୀ ବିଭାଗ।ଚଢଉ ବେଳେ ପୋଲିସ ୨୫ କିଲୋ ୮ଶହ ଗ୍ରାମ ଗଞ୍ଜେଇ ସହ ଏକ ଦେଶୀ ବନ୍ଧୁକ ଓ ୮ଟି ଅଫୁଟା ଗୁଳି ଜବତ କରିଛି।
ଝାରସୁଗୁଡା(କେନ୍ୟୁଜ୍): ଆଳୁ ଖୋଳୁଖୋଳୁ ବାହାରିଲେ ମହାଦେବ । ଗଞ୍ଜେଇ ଚାଲାଣ ନେଇ କାର୍ଯ୍ୟାନୁଷ୍ଠାନ ବେଳେ ବନ୍ଧୁକ ଓ ଗୁଳି ଜବତ। ଝାରସୁଗୁଡା ଥାନା ପୁରୁଣାବସ୍ତି ଲୁହୁରାପଡା ଅଞ୍ଚଳରେ ଜବତ ହେଲା ବନ୍ଧୁକ ଓ ଗୁଳି। ବେଆଇନ ନିଶା କାରବାର ନେଇ ଖବର ମିଳିବା ପରେ ଚଢଉ କରିଥିଲା ଝାରସୁଗୁଡ଼ା ପୋଲିସ ଓ ଅବକାରୀ ବିଭାଗ।
ଚଢଉ ବେଳେ ପୋଲିସ ୨୫ କିଲୋ ୮ଶହ ଗ୍ରାମ ଗଞ୍ଜେଇ ସହ ଏକ ଦେଶୀ ବନ୍ଧୁକ ଓ ୮ଟି ଅଫୁଟା ଗୁଳି ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ଏକ ଲକ୍ଷ ୫୪ ହଜାର ଟଙ୍କା। ଏହି ଘଟଣାରେ ଉତ୍ତର ପ୍ରଦେଶର ବାଲିଆର ସୁରେନ୍ଦ୍ର ସିଂକୁ ଗିରଫ କରି ପଚରାଉଚରା ଚଳାଇଥିବା ଏସଡିପିଓ କହିଛନ୍ତି। ଅଭିଯୁକ୍ତ ଏହି ଗଞ୍ଜେଇ ବୌଦ୍ଧରୁ ଆଣି ଝାରସୁଗୁଡାରେ ବିକ୍ରି କରୁଥିବା ଜଣାପଡ଼ିଛି।