ଚୋର ସନ୍ଦେହରେ ୨୦ ବର୍ଷ ବୟସ୍କ ଯୁବକଙ୍କୁ ପିଟି ପିଟି ମାରିଦେଲେ, ୮ ଗିରଫ

ମହାରାଷ୍ଟ୍ର ଥାନେ ଅଂଚଳରେ ଚୋର ସନ୍ଦେହରେ ଜଣେ ଯୁବକଙ୍କୁ ପିଟି ମାରିଦେବା ଅଭିଯୋଗରେ ୮ ଜଣ ଗିରଫ ହୋଇଛନ୍ତି । ଅନ୍ୟ ଜଣେ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ଅଘଟଣଟି ବୁଧବାର ରାତିରେ କସରଓ୍ଵାଦାଭାଲି ଅଂଚଳରେ ଘଟିଥିବା ଜଣାଯାଇଛି ।

ଥାନେ : ମହାରାଷ୍ଟ୍ର ଥାନେ ଅଂଚଳରେ ଚୋର ସନ୍ଦେହରେ ଜଣେ ଯୁବକଙ୍କୁ ପିଟି ମାରିଦେବା ଅଭିଯୋଗରେ ୮ ଜଣ ଗିରଫ ହୋଇଛନ୍ତି । ଅନ୍ୟ ଜଣେ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ଅଘଟଣଟି ବୁଧବାର ରାତିରେ କସରଓ୍ଵାଦାଭାଲି ଅଂଚଳରେ ଘଟିଥିବା ଜଣାଯାଇଛି ।

ଚୋର ସନ୍ଦେହରେ ଉକ୍ତ ଯୁବକଙ୍କ ହାତ ଗୋଡ ବାନ୍ଧି ଲୁହା ରଡ ଓ ଅନ୍ୟ ବସ୍ତୁରେ ପିଟି ପିଟି ମାରିଦେଇଥିବା ବେଳେ ଅନ୍ୟ ଜଣଙ୍କୁ ମଧ୍ୟ ପିଟି ପିଟି ଗୁରୁତର ଆହତ କରିଛନ୍ତି । ଉକ୍ତ ଯୁବକଦ୍ୱୟ ମଧ୍ୟ ୧୧୦୦ ଟଙ୍କା ଚୋରି କରିଥିବା ଜଣାଯାଇଥିଲା । ତେବେ ଏହି ୮ ଜଣ ଯୁବକ ବୁଧବାର ରାତିରୁ ସକାଳ ଯାଏ ପିଟି ପିଟି ଛାଡିଦେଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ ।

ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ପ୍ରକାଶ କରିଥିଲେ । ଅନ୍ୟ ଜଣେ ଗୁରୁତର ଆହତ ଯୁବକ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ଆହତ ବ୍ୟକ୍ତିଙ୍କ ଅଭିଯୋଗ ଓ ଅନ୍ୟ ପାରିପାର୍ଶ୍ୱିକ ଅବସ୍ଥା ଆଧାରରେ ପୋଲିସ ଏକ ହତ୍ୟା ଅଭିଯୋଗ ଦାୟର କରି ୮ ଜଣଙ୍କୁ ଗିରଫ କରିଛି । ତଦନ୍ତ ଜାରି ରହିଛି ବୋଲି ପୋଲିସ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.