ସାଲେପୁରର ଭିନ୍ନ ଭିନ୍ନ ଦୁଇଟି ସ୍ଥାନରେ ଅଗ୍ନିକାଣ୍ଡ, ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କଲା ଅଗ୍ନିଶମ ବିଭାଗ

 ସାଲେପୁର(କେନ୍ଯୁଜ୍): ବିଳମ୍ବିତ ରାତ୍ରିରେ ସାଲେପୁର ମୁଖ୍ୟ ବଜାରରେ ଥିବା ପରିବା ଦୋକାନରେ ଅଗ୍ନିକାଣ୍ଡ । ଖବର ମୁତାବକ ଗତକାଲି  ରାତି ପାଖାପାଖି ୧୧ଟା ସମୟ ରେ ଦୋକାନୀମାନେ ଅଗ୍ନିକାଣ୍ଡ ବିଷୟରେ ଖବର ପାଇଥିଲେ। ଯାହାଫଳରେ ସଙ୍ଗେସଙ୍ଗେ ଆସି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।

ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିଥିଲେ । ସେହିପରି ସାଲେପୁରର ଆଉ ଏକ ସ୍ଥାନରେ ସେହି ସମୟରେ ଲୁଣାହାର ନଟବର ଓଝାଙ୍କ ସିମେଣ୍ଟ ନନ୍ଦ କାରଖାନାରେ ନିଆଁ ଲାଗିଯାଇଥିଲା । ଦମକଳ ବାହିନୀ ସେଠାରେ ମଧ୍ଯ ପହଁଚି ନିଆଁକୁ ଆୟତ କରିଥିଲା । ତେବେ  ନିଆଁ କେମିତି ଲାଗିଲା ତାହା ଏଯାଏ ଜଣାପଡିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.