ସ୍ୱାମୀଙ୍କ ସହିତ ରାସ୍ତାରେ ଗଲାବେଳେ ମହିଳାଙ୍କ ସହ ଘଟିଲା ଏମିତି କାଣ୍ଡ, ଯାହାପରେ ଲୋକେ ଜମାଇଲେ ଗହଳି

ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥାଏ କଣ ହେଇଛି, କଣ ପାଇଁ ଏମିତି ରାସ୍ତାରେ ଛିଡା ହୋଇ ଏପରି କାନ୍ଦୁଛନ୍ତି । ପଚାରି ବୁଝୁ ବୁଝୁ ଜଣାପଡିଲା ଯେ ମହିଳା ଓ ତାଙ୍କ ସ୍ୱାମୀଙ୍କ ଉପରେ ହୋଇଛି ଗୁଳି ମାଡ ।

ଆନନ୍ଦପୁର (କେନ୍ୟୁଜ) : ରାସ୍ତା ଉପରେ ଛିଡା ହୋଇ କଇଁ କଇଁ ହୋଇ କାନ୍ଦୁଛନ୍ତି ଜଣେ ମହିଳା । ଆଉ ତାଙ୍କ ପାଖରେ ଭିଡ ଲାଗିଛି ଲୋକଙ୍କର । ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥାଏ କଣ ହେଇଛି, କଣ ପାଇଁ ଏମିତି ରାସ୍ତାରେ ଛିଡା ହୋଇ ଏପରି କାନ୍ଦୁଛନ୍ତି । ପଚାରି ବୁଝୁ ବୁଝୁ ଜଣାପଡିଲା ଯେ ମହିଳା ଓ ତାଙ୍କ ସ୍ୱାମୀଙ୍କ ଉପରେ ହୋଇଛି ଗୁଳି ମାଡ ।

ଆପଣ ଦେଖୁଥିବା ଏ ଚିତ୍ର ହେଉଛି କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥ ଘସିପୁରା ଥାନା ବୀରଗୋବିନ୍ଦପୁର ଛକର । ଯେଉଁଠି ତିନି ଜଣ ଦୁର୍ବୃତ୍ତ ଗୁଳି ଫୁଟାଇ ଭୟଭୀତ କରି ଢ଼େଙ୍କିକୋଟ ଅଞ୍ଚଳର ଦମ୍ପତିଙ୍କ ନିକଟରୁ ଲୁଟି ନେଇଛନ୍ତି ସୁନା ଗହଣା। ଯାହା ସୂଚନା ରହିଛି ଢେଂକିକୋଟର ନିଗମ ପ୍ରସାଦ ସାହୁ ନାମକ ଜଣେ ବ୍ୟକ୍ତି ଓ ତାଙ୍କ ସ୍ତ୍ରୀ ସ୍କୁଟି ଯୋଗେ ଟୋଲଙ୍କପଡା ଯାଉଥିବା ବେଳେ ଦିନ ଦ୍ୱିପ୍ରହରରେ ଗୋଟିଏ ପଲସର ବାଇକରେ ଆସି ପ୍ରଥମେ ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲେ। ଏହାପରେ ତାଙ୍କୁ କାହିଁକି ଧକ୍କା ଦେଲ ବୋଲି ପଚାରିବା ସମୟରେ ତିନି ଜଣ ଯୁବକ ହଠାତ୍‌ ବାହାର କଲେ ବନ୍ଧୁକ । ବନ୍ଧୁକରେ ତିନି ରାଉଣ୍ଡ ଗୁଳି ଫୁଟାଇ ସ୍ୱାମୀ ସ୍ତ୍ରୀଙ୍କୁ ଭୟଭୀତ କରି ସେ ପିନ୍ଧିଥିବା ସୁନା ଗହଣା ସବୁକୁ ଲୁଟି ନେଇଥିଲେ।

ଯାହା ପରର ଚିତ୍ର ଆଜ୍ଞା ଆପଣଙ୍କ ସାମ୍ନାରେ । ଦେଖନ୍ତୁ ଏହି ସ୍କୁଟିକୁ । ଦେଖନ୍ତୁ କେମିତି ସ୍କୁଟିରେ ଲାଗିଛି ଗୁଳି । ଲୋକମାନେ ବି ପାଖକୁ ଆସି ସବୁ ଦେଖୁଛନ୍ତି । ଆଉ ପୋଲିସକୁ ଏହି ଘଟଣା ବାବଦରେ ବି ଜଣାଇଲେ । ଯାହାପରେ ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଯାରି ରଖିଛି ।

ତେବେ ଆପଣଙ୍କୁ କହିବାକୁ ଚାହିଁବୁ ଯେ ଆପଣଙ୍କ ସହିତ ବି ଏମିିତି ଘଟିପାରେ । ସେଥିପାଇଁ ସବୁବେଳେ ସବୁ ସମୟରେ ନିଜକୁ ସତର୍କ ଆଉ ସାବଧାନରେ ରଖିବା ଜରୁରୀ । ଆପଣ ସଚେତନ ହୋଇ ରହିଲେ ଏଭଳି ଦୁର୍ବୃତ୍ତମାନେ ଲୁଟିବା ପାଇଁ ଯେତେ ବି ତରିକା ଆପଣାନ୍ତୁ ନା କାହିଁକି କେବେବି ଏଥିରେ ସଫଳ ହେବେନି । ଆପଣ ଅଧିକ ନ ହେଉ କିଛି ମାତ୍ରାରେ ତ ନିଜକୁ ସୁରକ୍ଷିତ ରଖିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.