ଟ୍ରେନ୍‌ ଲାଇନ୍‌ ପାଖରେ ପଡିଛି ଯୁବକଙ୍କ ମୃତଦେହ, କିନ୍ତୁ ପରିଚୟ ପାଇପାରୁନାହାଁନ୍ତି ଲୋକେ

ବୟସ ପାଖାପାଖି ୨୩ କି ୨୪ ହେବ । କିନ୍ତୁ ଯୁବକଙ୍କୁ ଯେତେ ଚିହ୍ନିବାକୁ ଚେଷ୍ଟା କଲେ ବି କେହି ହେଲେ ବି ତାଙ୍କ ପରିଚୟ ପାଇଲେ ନାହିଁ କାହିଁକିନା ଯୁବକ ଜଣଙ୍କ ଥିଲେ ଅନ୍ୟ କେଉଁ ରାଜ୍ୟର କି ଅନ୍ୟ କେଉଁ ଜିଲ୍ଲାର । ଯିଏ କି ଟ୍ରେନ୍‌ ଭିତରୁ ତଳକୁ ଖସି ପଡିଛନ୍ତି ।

ସୋର (କେନ୍ୟୁଜ) : ସକାଳୁ ସକାଳୁ ଖବର ଆସିଲା ଟ୍ରେନ୍‌ ଲାଇନ୍‌ ପାଖରେ କାହାର ଗୋଟେ ମୃତଦେହ ପଡିଛି । ଏ ଖବର ଶୁଣି ସମସ୍ତେ ଧାଇଁ ଗଲେ ଦେଖିବା ପାଇଁ କିଏ, ଆଉ ଘଟଣା କଣ ହେଇଛି ବୋଲି । ପାଖକୁ ଯାଇ ଦେଖନ୍ତି ତ ହଁ ସତରେ ଗୋଟେ ମୃତଦେହ ପଡିଛି । ଆଉ ମୃତଦେହ ଜଣେ ଯୁବକଙ୍କର । ବୟସ ପାଖାପାଖି ୨୩ କି ୨୪ ହେବ । କିନ୍ତୁ ଯୁବକଙ୍କୁ ଯେତେ ଚିହ୍ନିବାକୁ ଚେଷ୍ଟା କଲେ ବି କେହି ହେଲେ ବି ତାଙ୍କ ପରିଚୟ ପାଇଲେ ନାହିଁ କାହିଁକିନା ଯୁବକ ଜଣଙ୍କ ଥିଲେ ଅନ୍ୟ କେଉଁ ରାଜ୍ୟର କି ଅନ୍ୟ କେଉଁ ଜିଲ୍ଲାର । ଯିଏ କି ଟ୍ରେନ୍‌ ଭିତରୁ ତଳକୁ ଖସି ପଡିଛନ୍ତି ।

ହଁ ଆଜ୍ଞା ଏକ ଏକ୍ସପ୍ରେସ ଟ୍ରେନରୁ ଖସିପଡି ଅଚିହ୍ନା ଯୁବକଙ୍କ ମୃତ୍ୟୁ ହୋଇଯାଇଛି । ସୋର ସବିରା ଷ୍ଟେସନ ମଧ୍ୟ ଅଲିପୁର ଗେଟ ନିକଟରେ ଅପ ଲାଇନରେ ଘଟଣା ଘଟିଛି । ଯୁବକ ଜଣକ ଅଣ ଓଡ଼ିଆ ବୋଲି ଜଣା ପଡିଛି । ତେବେ ମୃତ ଯୁବକ ଜଣଙ୍କ ଲାଲ ବାନିୟନ ସହିତ କଳା ପ୍ୟାଣ୍ଟ ପିନ୍ଧିଛନ୍ତି ।

ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ କିନ୍ତୁ ଜିଆରପି କିମ୍ବା ଆରପିଏଫ ଘଟଣା ସ୍ଥଳରେ ପହଁଛି ନାହାଁନ୍ତି । ଏହାକୁ ଦେଖିବାପପାଇଁ ସ୍ଥାନୀୟ ଅଞ୍ଚଳରେ ଗହଳି ଲାଗି ରହିଛି । ତେବେ କହିବାକୁ ଚାହିଁବୁ ଯେ ଜୀବନକୁ ଏପରି ଶସ୍ତା ବୋଲି ଭାବନ୍ତୁନାହିଁ । କି ନିଜର ଏହି ମୂଲ୍ୟବାନ ଜୀବନକୁ ବିପଦରେ ପକାନ୍ତୁନାହିଁ । କେବେବି ଟ୍ରେନର ଡୋର ପାଖରେ ବସି ଗୀତ ଶୁଣନ୍ତୁ ନାହିଁ କି ସେଠାରେ ବସି ଦୁଃସାହସିତ ଯାତ୍ରା କରନ୍ତୁନାହିଁ ।

ତେବେ ଏହା ତ ଥିଲା ଲୋକଙ୍କ ଭାବନା ଯେ ବୋଧହୁଏ ଏମିତି ଭାବେ ଯୁବକ ଜଣଙ୍କ ପଡିଯାଇଛନ୍ତି ଟ୍ରେନରୁ । କିନ୍ତୁ ପ୍ରକୃତ କାରଣ ଜିଆରପି ଏବଂ ଆରପିଏଫ ତରଫରୁ ହିଁ ଜଣାପଡିବ । ଥରେ ଭାବନ୍ତୁ ଏ ଯୁବକ ଯିଏ ବି ହୋଇଥାନ୍ତୁ ତାଙ୍କ ଘର ଲୋକଙ୍କ ଅବସ୍ଥା କଣ ହେଉଥିବ । ଯେତେବେଳେ ଯୁବକଙ୍କ ସମ୍ପର୍କରେ ସେମାନେ କିଛି ପତ୍ତା ଲଗାଇ ପାରୁନଥିବେ । ପକେଟରେ ଯୁବକଙ୍କ ଫୋନ ରହିଛି କିନ୍ତୁ କେହି ହେଲେ ବି ହାତ ମାରିବାକୁ ସାହସ କରୁନାହାଁନ୍ତି ଲୋକେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.