ରିଲିଜ୍‌ ହେଲା ତବୁ, କରୀନା କପୁର, କ୍ରିତି ସାନନଙ୍କ ଫିଲ୍ମ ‘କ୍ରୁ’, ଜାଣନ୍ତୁ ପ୍ରଥମ ଦିନରେ କଲା କେତେ କଲେକ୍ସନ୍‌

ଫିଲ୍ମ ‘କ୍ରୁ’ ମାର୍ଚ୍ଚ ୨୯ରେ ସିନେମା ହଲ୍‌ରେ ମୁକ୍ତିଲାଭ କରିଛି । ଦର୍ଶକ ଏହି ଫିଲ୍ମକୁ ବହୁତ ପସନ୍ଦ କରୁଛନ୍ତି । ଏହା ସହ ଫିଲ୍ମ ରିଲିଜ୍ ହେବାର ପ୍ରଥମ ଦିନରେ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଛି ଏବଂ ପ୍ରଥମ ଦିନରେ ଏହାର ବହୁତ ଭଲ କଲେକ୍ସନ୍‌ ହୋଇଛି ।

ତବୁ, କରୀନା କପୁର, କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘କ୍ରୁ’ ଶୁକ୍ରବାର ଅର୍ଥାତ୍ ମାର୍ଚ୍ଚ ୨୯ରେ ସିନେମା ହଲ୍‌ରେ ମୁକ୍ତିଲାଭ କରିଛି । ବର୍ତ୍ତମାନ ଫିଲ୍ମକୁ ନେଇ ଦର୍ଶକଙ୍କର ଭଲ ରିଭ୍ୟୁ ମିଳିଛି । ତେବେ ଲୋକମାନେ ଫିଲ୍ମ ‘କ୍ରୁ’ କୁ ଏକ ଫୁଲ୍‌ ଏଣ୍ଟଟେନିଙ୍ଗ ଫିଲ୍ମ ବୋଲି କହୁଛନ୍ତି । ଦର୍ଶକ ଏହି ଫିଲ୍ମକୁ ବହୁତ ପସନ୍ଦ କରୁଛନ୍ତି । ଏହା ସହ ଫିଲ୍ମ ରିଲିଜ୍ ହେବାର ପ୍ରଥମ ଦିନରେ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଛି ଏବଂ ପ୍ରଥମ ଦିନରେ ଏହାର ବହୁତ ଭଲ କଲେକ୍ସନ୍‌ ହୋଇଛି । ତାହେଲେ ଆସନ୍ତୁ ଜାଣିବା ଯେ ଫିଲ୍ମଟି ପ୍ରଥମ ଦିନରେ କେତେ କୋଟି ରୋଜଗାର କରିଛି ।

ସୂଚନା ଅନୁସାରେ, ତବୁ, କ୍ରିତି ସାନନ୍, କରୀନା କପୁରଙ୍କ ଅଭିନୀତ ଫିଲ୍ମ ‘କ୍ରୁ’ ପ୍ରଥମ ଦିନରେ ୮.୭୫ କୋଟି ଟଙ୍କା ରୋଜଗାର କରିଛି । ଏହା ସହ ଫିଲ୍ମଟି ପୂରା ବିଶ୍ୱରେ କେତେ କଲେକ୍ସନ୍‌ କରିଛି, ତାହା ସାମ୍ନାକୁ ଆସିନାହିଁ । ତେବେ ସପ୍ତାହ ଶେଷରେ ଅର୍ଥାତ୍ ଶନିବାର ଏବଂ ରବିବାରରେ ଫିଲ୍ମର ରୋଜଗାର ଅଧିକ ହେବ ବୋଲି ଆଶା କରାଯାଉଛି । ଏହି ସିନେମାର ବଜେଟ୍ ପ୍ରାୟ ୫୦ କୋଟି ଟଙ୍କାରେ ତିଆରି କରାଯାଇଛି । ଯଦି ଫିଲ୍ମର ରୋଜଗାର ଫାଷ୍ଟ ଡେ ଭଳି ରହିଲା, ତେବେ ଖୁବ୍‌ ଶୀଘ୍ର ଫିଲ୍ମ ବକ୍ସ ଅଫିସରେ ଏହାର ବହୁତ ଭଲ କଲେକ୍ସନ୍‌ କରିବ ।

ଫିଲ୍ମ ‘ ଦି କ୍ରୁ’ରେ ତିନୋଟି ଏୟାର ହୋଷ୍ଟେସ୍‌ଙ୍କ କାହାଣୀ ଦର୍ଶାଯାଇଛି । ଯେଉଁଥିରେ ‘ରିସ୍କ ଇଟ୍’, ‘ଷ୍ଟିଲ୍‌ ଇଟ୍‌’, ‘ଫେକ୍‌ ଇଟ୍‌’,ଙ୍କର ସୁନ୍ଦର ଝଲକ ଦେଖିବାକୁ ମିଳିଛି । ଏହା ବ୍ୟତୀତ ଏହି ଫିଲ୍ମରେ ଆହୁରି ଅନେକ ମଜାଦାର ଜିନିଷ ମଧ୍ୟ ଦେଖିବାକୁ ମିଳିଛି । ଏହି ତିନିଜଣ ନିଜ ନିଜ ଜୀବନର ସମସ୍ୟାରେ ଅଟକି ରହିଛନ୍ତି । ଏହା ସହ ଏୟାରଲାଇନ୍ସରେ କାମ କରିବା ସତ୍ତ୍ୱେ ସେ ଦରମା ପାଉନାହାଁନ୍ତି । ଏହା ସହିତ ଫିଲ୍ମ ‘ଦି କ୍ରୁ’ରେ ଦିଲଜିତ ଦୋସାଞ୍ଜ ଏବଂ କପିଲ ଶର୍ମା ମଧ୍ୟ ନଜର ଆସିଛନ୍ତି ।

ଏହି ଫିଲ୍ମରେ ତବୁ, କରୀନା କପୁର ଏବଂ କ୍ରିତି ସାନନଙ୍କ ବ୍ୟତୀତ ଦିଲଜିତ ଦୋସାଞ୍ଜ, କପିଲ ଶର୍ମା, ଶାଶ୍ୱତ ଚାଟାର୍ଜୀ, ରାଜେଶ ଶର୍ମା ଏବଂ କୁଲଭୂଷଣ ଖରବନ୍ଦା ମଧ୍ୟ ନଜର ଆସିଛନ୍ତି । ତେବେ ରାଜେଶ କୃଷ୍ଣନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ‘ଦି କ୍ରୁ’ର ସୁଟିଂ ଭାରତର ବିଭିନ୍ନ ସ୍ଥାନରେ ହୋଇଥିବା ବେଳେ ଅଧିକାଂଶ ସୁଟିଂ ମୁମ୍ବାଇରେ ହୋଇଥିଲା । ତେବେ ବାଲାଜୀ ଟେଲିଫିଲ୍ସ ଏବଂ ଅନିଲ କପୁର ଫିଲ୍ମ ଆଣ୍ଡ କମ୍ୟୁନିକେସନ୍ ନେଟୱାର୍କ ପାଇଁ ‘ଦି କ୍ରୁ’ ରିଲିଜ୍ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.