Below header

ଫିରିଙ୍ଗିଆ ଥାନା ପୋଡ଼ି ଘଟଣା: ବଦଳିଲେ IIC ଓ ୨ କନେଷ୍ଟବଳ

ବଦଳିଲେ ଫିରିଙ୍ଗିଆ ଥାନା ଅଧିକାରୀ । ଫୁଲବାଣୀ ମୁଖ୍ୟ କାର୍ଯ୍ୟାଳୟକୁ ଫିରିଙ୍ଗିଆ ଥାନା IIC ତପନ କୁମାର ନାହାକଙ୍କୁ ବଦଳି କରିଦିଆଯାଇଛି l ଫିରିଙ୍ଗିଆ ଥାନା ପୋଡି ମାମଲାରେ ଏବେ ସୁଦ୍ଧା ୧୯ ଜଣଙ୍କୁ ଅଟକ ରଖାଯାଇଥିବାବେଳେ ଅନ୍ୟ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଥିବା କନ୍ଧମାଳ ଏସ୍ ପି ପାତ୍ର କହିଛନ୍ତି ।

କନ୍ଧମାଳ (କେନ୍ୟୁଜ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଡ଼ି ଘଟଣାରେ ତନାଘନା ତଦନ୍ତ ଚାଲିଛି । କିଏ ଜାଳିଲା ଥାନା ? କାହିଁକି ଓ କେଉଁ ପରିସ୍ଥିତିରେ ଲଙ୍କାକାଣ୍ଡ ହେଲା ? ୧୯ ଜଣଙ୍କୁ ଗିରଫ କରାଯାଇଥିବା କନ୍ଧମାଳ ଏସ୍ ପି ପାତ୍ର କହିଛନ୍ତି । ଖୁବଶୀଘ୍ର ପୋଲିସ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବ । ଭିଡିଓ ଫୁଟେଜ ଆଧାରରେ ଚିହ୍ନଟ ହୋଇଛନ୍ତି ଅଭିଯୁକ୍ତ । ଅନ୍ୟମାନଙ୍କର ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ଏହି ଘଟଣାରେ କିଛି ଗଞ୍ଜେଇ ମାଫିଆଙ୍କର ରହିଛି ଭିତିରି ସଂପୃକ୍ତି । ସେମାନେ ବି ଖୁବଶୀଘ୍ର ଚିହ୍ନଟ କରି ଗିରଫ କରାଯିବ । ଥାନା ପୋଡ଼ି ଫୁଲବାଣୀ ମୁଖ୍ୟାଳୟକୁ ବଦଳି କରାଯାଇଛି । ଆଜି ପରିସ୍ଥିତି ନିୟନ୍ତ୍ରଣରେ ରହିଛି । ଘଟଣାସ୍ଥଳରେ ୫ ପ୍ଲାଟୁନ୍ ଫୋର୍ସ ମୁତୟନ ରହିଛନ୍ତି ।

ଗତକାଲି ଫିରିଙ୍ଗିଆ ଥାନାରେ ଲଙ୍କାକାଣ୍ଡ ହୋଇଥିଲା । ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ସହଯୋଗ କରିବା ଓ ଚାଲାଣରେ ଫିରିଙ୍ଗିଆ ପୋଲିସର ସଂପୃକ୍ତି ଅଭିଯୋଗରେ ରାସ୍ତାରୋକ କରିଥିଲେ ସ୍ଥାନୀୟ ଲୋକ । କିଛି ସମୟ ପରେ ଆନ୍ଦୋଳନ ଉଗ୍ର ରୂପ ନେଇଥିଲା । ଥାନା ଭିତରେ ଧସେଇ ପଶିଥିଲେ ଆନ୍ଦୋଳନକାରୀ । ଥାନା ଓ ବହୁ ଗାଡ଼ି ଜାଳି ଦେବା ସହ ପୋଲିସକୁ ଗୋଡ଼େଇ ପିଟିଥିଲେ। ଆକ୍ରମଣର ଶିକାର ହୋଇଥିଲେ ଏସଡିପିଓ, ଜହସିଲାଦାର ଓ ଏସଆଇ । କେବଳ ସ୍ଥାନୀୟ ଲୋକଙ୍କ ଆକ୍ରୋଶରୁ ତୁମୁଳକାଣ୍ଡ ହେଲା କି ? ନା ଗଞ୍ଜେଇ ମାଫିଆ ବଡ଼ ଷଡଯନ୍ତ୍ର କରିଥିଲେ ? ଫୁଙ୍ଖାନୁପୁଙ୍ଖ ତଦନ୍ତ ପରେ ସତ ସାମନାକୁ ଆସିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.