ଅମୃତ ଭାରତ ଷ୍ଟେସନ ଯୋଜନା: ଦେଶର ୫୦୮ ରେଳ ଷ୍ଟେସନର ହେବ ଉନ୍ନତିକରଣ, ମିଳିବ ସବୁପ୍ରକାର ସୁବିଧା
ଅମୃତ ଭାରତ ଷ୍ଟେସନ ଯୋଜନାରେ ଦେଶର ୫୦୮ ରେଳ ଷ୍ଟେସନର ହେବ ପୁନର୍ବିକାଶ । ଏହି ପ୍ରକଳ୍ପ ପାଇଁ ୨୪ ହଜାର ୪୭୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଏଥିରେ ଓଡିଶାର ୨୫ଟି ଷ୍ଟେସନ ସାମିଲ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ଜରିଆରେରେଳ ଷ୍ଟେସନର ଉନ୍ନତିକରଣର ଶିଳାନ୍ୟାସ କରିଛନ୍ତି।
ଅମୃତ ଭାରତ ଷ୍ଟେସନ ଯୋଜନାରେ ଦେଶର ୫୦୮ ରେଳ ଷ୍ଟେସନର ହେବ ଉନ୍ନତିକରଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଏହି ସବୁ ରେଳ ଷ୍ଟେସନର ଉନ୍ନତିକରଣର ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ୨୪ ହଜାର ୪୭୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ।
ଏହାକୁ ନେଇ ମୋଦି ଟ୍ଵିଟ୍ କରି କହିଛନ୍ତି, ୨୫ ହଜାର କୋଟି ଟଙ୍କାର ପୁନର୍ବିକାଶ କାର୍ଯ୍ୟକ୍ରମ ରେଲୱେର ଭିତ୍ତିଭୂମି କ୍ଷେତ୍ରରେ ଏକ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବ । ଜନସାଧାରଣଙ୍କ ଭାବନାକୁ ସମ୍ମାନ ଦେଇ ସରକାର ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରିଛନ୍ତି । ଦକ୍ଷିଣ ଆଫ୍ରିକା, ୟୁକ୍ରେନ, ପୋଲାଣ୍ଡ ଓ ସ୍ୱିଡେନରେ ଯେତେ ରେଳ ଟ୍ରାକ ରହିଛି ଭାରତ ଗତ ୯ ବର୍ଷ ମଧ୍ୟରେ ସେତିକି ନିର୍ମାଣ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
Under Amrit Bharat Station Scheme, 508 railway stations are set to be redeveloped, leading to a significant transformation of rail infrastructure in India. https://t.co/RavZz4l9Lc
— Narendra Modi (@narendramodi) August 6, 2023
ତେବେ ପ୍ରଥମ ପ୍ରର୍ଯ୍ୟାୟରେ ୨୭ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୫୦୮ଟି ରେଳ ଷ୍ଟେସନ ମଧ୍ୟରେ ଓଡ଼ିଶାର ୨୫ଟି ରେଳ ଷ୍ଟେସନ ସ୍ଥାନ ପାଇଛି। ଓଡ଼ିଶାର ଖୋର୍ଦ୍ଧା ଏବଂ ସମ୍ବଲପୁର ରେଳ ଡିଭିଜନ ପରିସୀମାରେ ଥିବା ୨୫ଟି ଷ୍ଟେସନର ଉନ୍ନତୀକରଣ କରାଯିବ। ଓଡ଼ିଶାର ସମ୍ବଲପୁର ଡିଭିଜନର ୧୧ଟି ଷ୍ଟେସନ ଏବଂ ଖୋର୍ଦ୍ଧା ଡିଭିଜନର ୧୪ଟି ଷ୍ଟେସନ ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିପାଇଁ କେନ୍ଦ୍ର ସରକାର ୫୩୧ କୋଟିରୁ ଅଧିକ ଟଙ୍କା ବ୍ୟୟ କରିବେ। ଯାତ୍ରୀଙ୍କୁ ସୁବିଧା ଯୋଗାଇଦେବା ସହିତ ଯାତ୍ରୀମାନଙ୍କର ମାର୍ଗଦର୍ଶନ ପାଇଁ ଭଲ ଡିଜାଇନ ହୋଇଥିବା ଟ୍ରାଫିକ ବ୍ୟବସ୍ଥା, ସ୍ଥାନୀୟ ସଂସ୍କୃତି, ଐତିହ୍ୟ ଏବଂ ସ୍ଥାପତ୍ୟ ଦ୍ବାରା ଷ୍ଟେସନ ଗୁଡ଼ିକ ଅନୁପ୍ରାଣୀତ ହେବ। ଅମୃତ ଭାରତ ଷ୍ଟେସନ ଯୋଜନାରେ ଦେଶର ୧୩୦୯ଟି ରେଳ ଷ୍ଟେସନର ପୁନଃ ବିକାଶ ହେବ।
ପ୍ରତ୍ୟେକ ଷ୍ଟେସନ ସହରର ସିଟି ସେଣ୍ଟର ରୂପେ ବିକାଶ ହେବ। ଯେଉଁଠି ରୁଫ ପ୍ଲାଜା, ଶପିଂ ଜୋନ, ଫୁଟ କୋର୍ଟ, କିଡସ ପ୍ଲେ ଏରିଆ ଇତ୍ୟାଦି ଭଳି ଅନେକ ସୁବିଧା ଉପଲବ୍ଧ ହେବ। ଯାତ୍ରୀମାନଙ୍କ ସୁବିଧା ପାଇଁ ଅଲଗା ଅଲଗା ପ୍ରବେଶ ଓ ପ୍ରସ୍ଥାନ ଦ୍ବାର, ମଲ୍ଟି ଲେବଲ ପାର୍କିଂ, ଲିଫ୍ଟ, ଏସ୍କାଲେଟର, ଓ୍ବେଟିଂ ଏରିଆ ଏବଂ ଦିବ୍ୟାଙ୍ଗଜନଙ୍କ ନିମନ୍ତେ ଅନୁକୂଳ ସୁବିଧା ରହିବ।
ଏହି କାର୍ଯ୍ୟକ୍ରମରେ ୧୦ ଲକ୍ଷ ଲୋକଙ୍କ ସହିତ ୧୯ଟି ରାଜ୍ୟର ରାଜ୍ୟପାଳ ଓ ଉପରାଜ୍ୟପାଳ, ୧୧ଟି ରାଜ୍ୟର ମୁଖ୍ୟମନ୍ତ୍ରୀ, ୧୬ ଜଣ କେନ୍ଦ୍ରୀମନ୍ତ୍ରୀ, ୨୮ ଜଣ କେନ୍ଦ୍ର ରାଜ୍ୟମନ୍ତ୍ରୀ, ୬୬ ରାଜ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।