Below header

ବୁର୍ଲାରେ ପ୍ରଥମ ବ୍ଲାକ ଫଙ୍ଗସ୍‌ ରୋଗୀ ଚିହ୍ନଟ, ଗୁଜରାଟରୁ ଫେରି ଭୀମସାରରେ ହୋଇଥିଲେ ଭର୍ତ୍ତି

ବୁର୍ଲା(କେ ନ୍ୟୁଜ):  ବୁର୍ଲାରେ ପ୍ରଥମ ବ୍ଲାକ ଫଙ୍ଗସ୍‌ ରୋଗୀ ଚିହ୍ନଟ । ବ୍ଲାକ ଫଙ୍ଗସ୍‌ ଚିହ୍ନଟ ହୋଇଥିବା ରୋଗୀ ବରଗଡ ଜିଲ୍ଲା ବରପାଲି ଅଞ୍ଚଳର ବୋଲି ସୂଚନା ମିଳିଛି। ଚିକିତ୍ସା ପରେ ତାଙ୍କ ନାକର ଅସ୍ତ୍ରୋପଚାର କରାଯାଇଛି। ରୋଗୀ ଜଣକ ଗୁଜରାଟରୁ ଫେରି ଭୀମସାରରେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କୁ ବ୍ଲାକ ଫଙ୍ଗସ୍‌ ହୋଇଥିବା ଜଣାପଡିଥିଲା । ପରେ ତୁରନ୍ତ ଚିକିତ୍ସା ଆରମ୍ଭ କରିଥିଲେ ଡାକ୍ତର । ଅସ୍ତ୍ରୋପଚାର ଦ୍ୱାରା ନାକ ତଳ ପ୍ରଭାବିତ ସ୍ଥାନକୁ ବାହାର

କରିଦିଆଯାଇଛି। ଆଉ କୌଣସି ସଂକ୍ରମଣର ଭୟ ନଥିବା କହିଛନ୍ତି ଡାକ୍ତି । ବର୍ତ୍ତମାନ ରୋଗୀ ଇଏନଟି ବିଭାଗରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଏଥିପାଇଁ ଏକ କମିଟି ଗଠନ କରାଯାଇଛି। ରୋଗୀଙ୍କ ପାଇଁ ଔଷଧ ମିଳିବା କଷ୍ଟକର ହେଉଛି ବୋଲି କହିଛନ୍ତି ବୁର୍ଲା ମେଡିକାଲ ଅଧ୍ୟକ୍ଷ ଲାଲମୋହନ ନାୟକ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.